ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

ଥୁଆମୂଳ ରାମପୁର:୩୧/୫- ମ.ନି.ସ:- ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ଲୋକଙ୍କୁ ଆମ୍ଭେ ସୂଚାରୁ ରୂପେ ସବୁ ସୁବିଧା ସୁଯୋଗ ଯୋଗାଇବା ଦେବା ପାଇଁ ପ୍ରତିଜ୍ଞାବଦ୍ଧ, ଅନ୍ଯ ପକ୍ଷରେ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଅନେକ ସ୍ଥାନରେ ଆଜି ମଧ୍ୟ ବ୍ଳକ ମୂଖ୍ଯାଳୟରୁ ସିଧାସଳଖ ଯୋଗାଯୋଗ କରିବା ପାଇଁ ସରକାରଙ୍କ ତରଫରୁ ଏଯାବତ ଯୋଗାଯୋଗ ର ବ୍ଯବସ୍ଥା କରା ଯାଇପାରିଲ। ନାହିଁ, ଆଜିବି ଲୋକେ ସେହି ପାରମ୍ପରିକ ରୀତିନୀତି ଅନୁସାରେ ଚଳିଆସୁଛନ୍ତି, ଯାହାବି ଲୋକଙ୍କ ପାଇଁ କରାଯାଇଛି ତାହା ପୁଣି ସମୁଦ୍ର କୁ ଶଙ୍ଖେ ପାଣି,ଗାଁକୁ ସବୁଦିନିଆ ରାସ୍ତା ଟିଏ ହୋଇପାରିଲା ନାହିଁ, ଯାହାଫଳରେ ନିଜ ବ୍ଳକ ଭିତରେ ରହି ସୁଦ୍ଧା ସେମାନେ ସିଧାସଳଖ ବ୍ଳକ ମୂଖ୍ଯାଳୟ ସହିତ ଯୋଗାଯୋଗ କରିପାରୁ ନାହାଁନ୍ତି। ସେମାନଙ୍କୁ ଅନ୍ଯ ବ୍ଳକ ଦେଇ ନିଜ ବ୍ଳକକୁ ଆସିବାକୁ ପଡୁଛି। ଏମିତି କି ସେମାନେ ଯେକୋୖଣସି କାର୍ଯ୍ଯ କରିବାକୁ ଆସିଲେ ବିପଦକୁ ଆପଣେଇ ଜୀବନକୁ ବାଜି ଲଗାଇ ଯାଉଛନ୍ତି ନିଜ ବ୍ଳକକୁ। ଦୀର୍ଘ ଦିନରୁ ଗରିବ ବିପିଏଲ ପରିବାର ସମସ୍ତେ ରାସନ ଚାଉଳ ଗଣ୍ତାକ ପାଇଁ ନିଜସ୍ୱ ଖର୍ଚ୍ଚରେ ଗାଡି ଭଡାକରି କରି ଆସୁଛନ୍ତି, ସେମାନେ ବେଳେ ବେଳେ ଜୀବନ ହରାଉଛନ୍ତି, ଧନ୍ଯବାଦ ସେହି ବ୍ଯବସ୍ଥା କୁ ଏହି ଗରିବ ଲୋକଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ଗଣ ଧକ୍କା ଦେଇଥିବା ଭଳି ଘଟଣା ସାମ୍ମାକୁ ଆସୁଛି, ଜନପ୍ରତିନିଧି ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ମିଥ୍ୟା ପ୍ରତିଶ୍ରୁତି ଓ କିଛି ପ୍ରଲୋଭନ ଦେଖାଇ ସେମାନଙ୍କ ସ୍ବାର୍ଥ ହାସଲ କରୁଥିବା ବେଳେ ଗରିବ ଲୋକଙ୍କର ଜୀବନ ଜୀବିକା ଉପରେ କୁପ୍ରଭାବ ପଡୁଅଛି।ଏନେଇ ବିଭିନ୍ନ ଗଣମାଧ୍ୟମରେ ଗରିବ ଲୋକଙ୍କର ବିଭିନ୍ନ ଦୃଶ୍ଯ ଦେଖାଉ ଥିଲେ ମଧ୍ୟ ଅନେକ ସମୟରେ ଗରିବ ଲୋକଙ୍କୁ ସେହି ଅବସ୍ଥାରେ ରହିବାକୁ ପଡୁଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି କୌଣସି ପରିବର୍ତ୍ତନର ନାଁଗନ୍ଧ ଧରୁନାହିଁ। ତେବେ ଆଉ କେତେ ବର୍ଷ ପରେ ସେମାନଙ୍କର ସୁବିଧା ସୁଯୋଗ ପାଇବେ ପ୍ରଶ୍ନବାଚୀରେ ରହିଗଲା, ଏଭଳି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗ୍ରାମ ଗୁଡିକ ହେଲା ବାର୍ଷିକଣା ,ତୁମୁଣିଖୋଳ, ବାଇଗଣ ଗୁଡାରେ ବାସ କରିଥିବା ଗରିବ ଲୋକଙ୍କ ଜୀବନ ଦୁଃଖ ଦାୟକ ଭିତର ଦେଇ ଗତିକରୁଛି, ସେମାନଙ୍କ ପାଇଁ ରାସ୍ତାଘାଟ ସାତସପନ ପାଲଟିଛି, ନିଜ ବ୍ଳକ କିମ୍ବା ଗ୍ରାମପଞ୍ଚାୟତ କୁ ଯିବାକୁ ହେଲେ ସେହି ପାହାଡ ପର୍ବତ ଚଢି କଷ୍ଟରେ ଯିବାକୁ ପଡିଥାଏ, ରାସନ ସାମଗ୍ରୀ ଆଣିବା ପାଇଁ ଯିବାକୁ ହେଲେ ସେମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଗାଡି ଭଡା କରି ଯିବାକୁ ପଡୁଛି, ଚାଉଳ ଗଣ୍ତାକ ପାଇଁ ସେମାନଙ୍କୁ କେତେ ଖର୍ଚ୍ଚାନ୍ତ ହେଉଥିବେ ବିଷୟରେ ବୁଦ୍ଧିଜୀବୀ ହିଁ ଜାଣିପାରୁଥିବେ। ରାସନ ଚାଉଳ ଆଣିବା ବିଷୟ ଦିନକର କଥା ନୁହଁ, ଏମିତି ଦୀର୍ଘ ବର୍ଷରୁ ଚାଲିଆସୁଛି, ତଥାପି ସ୍ଥାନୀୟ ଜନପ୍ରତିନିଧିଙ୍କ ଚେତାପଶୁନାହିଁ ଯେ, ସେମାନଙ୍କ ସୁବ୍ଯବସ୍ଥା କରିବା ପାଇଁ। ଏଭଳି ପରିସ୍ଥିତିରେ ଗରିବ ଲୋକ ଚାଉଳ ଗଣ୍ତାକ ପାଇଁ ଗାଡି ଭଡାକରି ନିଜ ଗ୍ରାମପଞ୍ଚାୟତ ସିନ୍ଧିପଦରକୁ ଚାଉଳ ପାଇଁ ଆସି ଫେରିବା ସମୟରେ ସିଙ୍ଗାରୀ ଘାଟିରେ ଦୁର୍ଘଟଣା ଗ୍ରସ୍ତରେ ୫ ଗୋଟି ମୁଣ୍ତ ଗଡିଥିବା ବିଷୟ ଆଜି କଳାହାଣ୍ଡି ଜିଲ୍ଲାକୁ ଦୋହଲାଇ ଦେଇଛି। ଗରିବ ଜୀବନ କେତେ ଯେ କଷ୍ଟକର ସେକଥା ସେମାନେ ହିଁ ହୃଦୟଙ୍ଗମ କରୁଥିବେ। କିନ୍ତୁ ତାଙ୍କ ନାମରେ କାର୍ଯ୍ଯକାରୀ ଯୋଜନାର ଅର୍ଥକୁ ଲୁଟି ସମାଜର ମୁଷ୍ଟିମେୟ ଲୋକେ ମାଲାମାଲ ହେଉଛନ୍ତି। ସେହି ଭଳି ତୁମୁଣିଖୋଳ ବିପିଏଲ ପରିବାର ମଧ୍ୟ ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ କୁ ଟ୍ରାକ୍ଟର ଭଡା କରି ନିଜନିଜର ରାସନ ଚାଉଳ କିଣି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ବିପଦଜନକ ପରିସ୍ଥିତି ଦେଇ ସେମାନେ ସିଙ୍ଗାରୀ ଘାଟିକୁ ଦେଇ କଲମପୁର ବ୍ଳକ ଅଧିନରେ ଥିବା ବନ୍ଧକନା ଗ୍ରାମପଞ୍ଚାୟତ ଦେଇ ନିଜ ଗ୍ରାମ ତୁମୁଣିଖୋଳ କୁ ଯାଇଥାନ୍ତି। ଏହା ସେମାନଙ୍କ ନିତିଦିନିଆ ଅଭ୍ଯାସରେ ପରିଣତ ହୋଇଛି। ଏହାର ସମାଧାନ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି କରିପାରିଲେ ନାହିଁ। ସେମାନଙ୍କ ଅପାରଗତାର ପ୍ରମାଣ ଏଠାରେ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି। ଲୋକଙ୍କୁ ଯଦି ବିପଦ ପଡେ ସେତେବେଳେ ସେମାନେ ନିଜର ମାନବୀୟ ଗୁଣ ନେଇ ସେଠାରେ ପହଞ୍ଚି ପାଇଁ ଅଭ୍ଯାସ ହେଲାଣି। କିନ୍ତୁ ବିପଦ ପଡିବା ଆଗରୁ ସେମାନେ ସଚେତନ ନୁହନ୍ତି। ଏଭିଳି ପରିସ୍ଥିତିରେ ଲୋକେ ଅନେକ ସମୟରେ ନାହିଁନଥିବା ଅସୁବିଧାରେ ରହୁଥିଲେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ କିମ୍ବା ସରକାର ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେବାକୁ ନାହିଁ, ଡୁମୁଣିଖୋଲର ବିପିଏଲ ପରିବାର ରାସନ ଚାଉଳ ଗଣ୍ତାକ ପାଇଁ ଆସୁଛନ୍ତି ସେମାନଙ୍କର ବିପଦକୁ ଆଡେଇ ଦିଆ ଯାଇନପାରେ। ତେଣୁ ବିପଦ ଆସିବା ପୂର୍ବରୁ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ସଚେତନ ହୃଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଚେତାବନୀ ଦେଇଛନ୍ତି। ଗରିବ ଲୋକଙ୍କ ସଚେତନତା ଅଭାବର ସୁଯୋଗରେ ଅନେକ ପ୍ରଶାସନ ଓ ଲୋକପ୍ରତିନିଧି ସେମାନଙ୍କୁ ଶକ୍ତଧକ୍କା ଦେଉଛନ୍ତି। ଲୋକପ୍ରତିନିଧି ସେମାନେ କେବେବି ଚାହାଁନ୍ତି ନାହିଁ ଯେ, ଗରିବ ଲୋକଙ୍କ ବିକାଶର କଥା, ଯଦିବା ଲୋକଙ୍କ ବିକାଶ ବିଷୟରେ ପ୍ରଶାସନ ଓ ଜନପ୍ରତିନିଧି ଚିନ୍ତା କରିଥାନ୍ତେ ତେବେ ଚାଉଳ ଗଣ୍ତାକ ପାଇଁ ଲୋକେ ଏତେ ହଇରାଣ ହୁଅନ୍ତେ କାହିଁକି, ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ହିଁ ଉତ୍ତର ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ବିଭିନ୍ନ ଦୁର୍ଗମ ଅଞ୍ଚଳ ଗ୍ରାମରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ ବ୍ଳକ ମୂଖ୍ଯାଳୟରୁ ଗାଁକୁ ଯୋଗାଯୋଗ ବ୍ଯବସ୍ଥା କରାଯାଉ ବୋଲି ଦାବି ହେଉଅଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନୀଳଗିରି ଥାନା ପୋଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ପ୍ରେସ ଆସୋସିଏସନର କଳାବ୍ୟାଚ ପରିଧାନ

Sunil Chandra Nayak

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ଗଜକନା , ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା

Sunil Chandra Nayak

ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!