ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ବ୍ୟାଙ୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା/ ରାଉରକେଲା ଟାଉନସିପ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ରଶ୍ମିରଂଜନ ପତିଙ୍କ ପଦୋନ୍ନତି ଦିଆଯାଇ କଟକ କୁ ଓ ଅନ୍ୟତମ ଅଧିକାରୀ ମିତାଲି ମଧୁସ୍ମିତା ଙ୍କୁ ଭୁବନେଶ୍ବର କାର୍ଯାଳୟକୁ ବଦଳି କରାଯାଇଛି। ଏଥିପାଇଁ ଟାଉନସିପ ଶାଖା ରେ ଉଭୟ ଅଧିକାରୀଙ୍କୁ ବିପୁଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଞ୍ଚଳିକ ପ୍ରବନ୍ଧକ ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନୂତନ ଶାଖା ପରିଚାଳକ ସରୋଜ କୁମାର ରାଉତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବ୍ୟାଙ୍କର ସହାୟକ ପ୍ରବନ୍ଧକ ଚିନ୍ମୟୀ ପାତ୍ର ଉଭୟ ଅଧିକାରୀଙ୍କ କାର୍ଯ୍ୟ ଅନ୍ୟ ମାନଙ୍କୁ ପ୍ରେରିତ କରିଛି ବୋଲି କହିଥିଲେ। ସେହିପରି ଗ୍ରାହକଙ୍କ ମଧ୍ୟରୁ ପ୍ରଫେସର ଡଃ ପ୍ରଭାତ କୁମାର ମଲ୍ଲିକ, ଡଃ ସୁମନ ଦତ୍ତ,କବି କୁଞ୍ଜବିହାରୀ ରାଉତ ଓ ବ୍ୟାଙ୍କ ତରଫରୁ ସର୍ବଶ୍ରୀ ବଟକୃଷ୍ଣ ଶତପଥୀ, ସତ୍ୟନାରାୟଣ ବିନ୍ଧାଣୀ, ଅନୁପମା ଷଡଙ୍ଗୀ ପ୍ରମୁଖ ଉଭୟ ଅଧିକାରୀ ଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ। ବିଦାୟୀ ଅଧିକାରୀ ଶ୍ରୀ ପତି ଓ ମିତାଲି ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଭାବବିହ୍ବଳ ବକ୍ତବ୍ଯ ରଖିବା ସହ ରାଉରକେଲାରେ ବିତାଇ ଥିବା ସମୟ ଓ ସହକର୍ମୀମାନଙ୍କ ବନ୍ଧୁତ୍ବଗୁଣ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଅଧ୍ୟକ୍ଷତା କରୁଥିବା ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ନାୟକ ନିଜ ବକ୍ତବ୍ଯରେ କହିଲେ ଯେ କୌଣସି କାର୍ଯ୍ୟକୁ ସେବା ବୋଲି ଭାବିଲେ କ୍ଳାନ୍ତି ଲାଗିବ ନାହିଁ। କାରଣ ଆମ ସେବା ଦ୍ବାରା ରାଷ୍ଟ୍ର ଗଠନ ହୁଏ। ତେଣୁ କର୍ମ ପ୍ରତି ପ୍ରତିବଦ୍ଧତା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ ଉଭୟ ଅଧିକାରୀଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ନୂତନ ପରିଚାଳକ ଶ୍ରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସର୍ବଶ୍ରୀ ଜଗମୋହନ ମହାନ୍ତି,ଆଶିଷ୍ୟ ହୋତା,ହେଲେନ ସୁରିନ୍,ସଂଗୀତା ବାନାର୍ଜୀ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କୋକସରା ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!