ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସମୟକୁ ପଚ଼ାରିବାକି

ସମୟକୁ ପଚ଼ାରିବାକି

 

                କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ସମୟକୁ ପଚ଼ାରିବାକି ?

କାହିଁକି ସେ ଲଗାଇଛି

ଏତେ ଖେଳ

             ଏତେ ବା କନ୍ଦଳ

କାହିଁକି ସେ ଏତେ ବେଶୀ

              ମାତାଲ୍ ହେଉଛି,

କାହିଁକି ବା ନାଚ଼ୁଛି ସେ

ଥେଇ ଥେଇ/ହାତେ ବାଇ

               କଂସା ଓ ମାଦଳ ।।

 

ସମୟକୁ ପଚ଼ାରିବାକି ??

ସେ କଣ ସେଇ

                 ମାୟାବୀ ପୁରୁଷ,

ଯିଏ ଥରେ ଚ଼ଖାଇଛି

                 କାଦମ୍ବିନୀ ରସ।

ଏବଂ–

ସୃଷ୍ଟି କରିଛି

କୋକୁଆ ନାମ୍ନୀ

ଏକ କାଳ ପୁରୁଷକୁ

         ଯୁଗ ଟିଏ କରିବାକୁ ଶେଷ।।

 

ସମୟକୁ ପଚ଼ାରିବାକି ???

କେତେଦୂର ବାକି ଅଛି

                      ଚ଼ଲାପଥ ଆମ,

କେତେଦୂର ବାକି ଅଛି

ଠିକଣା ସ୍ଥଳଟି

ଆଗକୁ ପଡ଼ିବ ଅବା

                    କେମିତି ସେ ରାସ୍ତା‌

ପାଦ ଏବେ ଥକିଲାଣି

ଅମଡ଼ାରେ

            ବାଟ ଚାଲି ଚାଲି ।।

 

ସମୟକୁ ପଚ଼ାରିବାକି ???

କେଉଁ ଆଡ଼େ ନେଉଛି ସେ

କେଳାସମ

            ପଦ୍ମତୋଳା ଡାକି

ସୁଖର-ଅମରାବତୀକୁ

ନାଁ ଦୁଃଖର

             ନର୍କ-ବଳୟକୁ,

କେଉଁ ଆଡ଼େ ନେଉଛି ସେ

         କେଉଁମନ୍ତ୍ରେ ଅଭିଭୂତ କରି।।

         

କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର। ଭଦ୍ରକ।

 

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ  

Sunil Chandra Nayak

ୱାର୍ଲଡ଼ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ

Sunil Chandra Nayak

ମମତା ସାହୁ ଙ୍କ କବିତା ଶ୍ରୀ ଗଣେଶ ବନ୍ଦନା

Sunil Chandra Nayak

Leave a Comment

error: Content is protected !!