ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୀନ ଏବଂ ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ଚୀନ ଏବଂ ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ଡ଼. ଭବାନୀ ଶଙ୍କର ନିଆଲଙ୍କ ସୁପ୍ରସିଦ୍ଧ ଓଡିଆ କବିତା ଦୁଃଖ ଓ ଈଶ୍ୱର । ଓଡ଼ିଆ କବିତା କୁ ଡ଼.ତପନ କୁମାର ରଥ ଇଂରାଜୀରେ ଅନୁବାଦ କରିଥିବା ବେଳ ଉକ୍ତ କବିତାକୁ ପ୍ରସିଦ୍ଧ ଇଟାଲୀ କବି ଡ଼.ଫ୍ରାନକା କୋଲୋଜୋ ଇଟାଲୀ ଭାଷାରେ ଅନୁବାଦ କରି, ଇଟାଲୀର ପ୍ରସିଦ୍ଧ ୱେବ ମାଗାଜିନ ଲାରେଚେରଚେ.ଇଟ ରେ ପ୍ରକାଶିତ କରିଛନ୍ତି । ସେହି କବିତାକୁ ଚୀନ ଭାଷାରେ ଅନୁଦିତ କରିଛନ୍ତି ତାଇୱାନ ର ସୁପ୍ରସିଦ୍ଧ କବି ଲାଓ ଫୁ । କବି ଲାଉ ଫୁ ତାଇୱାନର ଜଣେ ସୁପରିଚିତ ଚେହେରା । ସେ ତାଇୱାନ ପୋଏଟ୍ରି ସୋସାଇଟି, ଚାଇନିଜ ପୋଏଟ୍ରି ସୋସାଇଟି ଏବଂ ଇଣ୍ଟରନେସନାଳ ପୋଏଟ୍ରି ରିସର୍ଚ୍ଚର ମେମ୍ବର ଥିଲେ । ତାସହିତ ପେପେର ‘ଚାଇନା ମିନିଏଚର ‘ ଏବଂ ‘ଏକ୍ସଟ୍ରା ଟେରିଟୋରିଆଲ ଷ୍ଟାଇଲ ‘ ର ସେ ଥିଲେ ସହ ସମ୍ପାଦକ । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ,ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୧୬ ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଦୁଇଟି ଭାଷାରେ ଅନୁଦିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଖୁସି ରାମ ସାହୁ , କର୍ଲାପଡ଼ା 

 

Related posts

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ୨୦୨୨ ପାଳିତ

ଜାନକୀ ମହାନ୍ତ ଙ୍କ କବିତା ତୁମ ପ୍ରୀତି ଅମୂଲ ମୂଲ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୌସୁମୀ

Sunil Chandra Nayak

Leave a Comment

error: Content is protected !!