ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ପବିତ୍ର ଗୀତା ଜୟନ୍ତୀ

ପବିତ୍ର ଗୀତା ଜୟନ୍ତୀ

ତ୍ରିଲୋଚନ ପାଢୀ

(ଶିକ୍ଷକ )
ଗୀତା ଗ୍ରନ୍ଥରେ 
ରହିଛି ବର୍ଣ୍ଣିତ 
ମାସ ଶ୍ରେଷ୍ଠ ମାର୍ଗଶୀର 
ଶୁକ୍ଳ ତ୍ରୟୋଦଶୀ 
ତିଥିରେ ହୁଅଇ 
ଗୀତା ଜୟନ୍ତୀ ପାଳନ l 
ମହାଭାରତର 
ମହାସମରରେ 
ଅସ୍ତ୍ର ତେଜିଲେ ଅର୍ଜୁନ 
ସହୋଦର ମଧ୍ୟେ 
ଯୁଦ୍ଧ କରିବାକୁ 
ବିଷାଦ ହୋଇଲା ମନ l 
ଅର୍ଜୁନଙ୍କ ମନୁ 
ବିଷାଦ ଦୂରେଇ 
ଧରିବାକୁ ପୁଣି ଅସ୍ତ୍ର 
ଯୁଦ୍ଧକ୍ଷେତ୍ରେ ତାଙ୍କୁ 
କୃଷ୍ଣ ଭଗବାନ 
ଦେଇଥିଲେ ଦିବ୍ୟ ଜ୍ଞାନ l
ଅଠର ଅଧ୍ୟାୟ 
ସାତଶହ ଶ୍ଳୋକରେ 
ଶୁଣାଇଲେ ଗୀତାବାଣୀ 
ମନରୁ ବିଷାଦ 
ଦୂରେଇ ଅର୍ଜୁନ 
ଅସ୍ତ୍ର ଧରିଥିଲେ ପୁଣି l 
ସର୍ବ ଗ୍ରନ୍ଥ ମଧ୍ୟେ 
ଗୀତା ଗ୍ରନ୍ଥ ସାର 
ପବିତ୍ର ଗୀତାର ବାଣୀ 
ବୁଝ ଵା ନ ବୁଝ
ଗୀତା ଗ୍ରନ୍ଥ ପଢ
କର୍ମରେ ଲଗାଅ ପୁଣି l
ଗଙ୍ଗା ଠାରୁ ଗୀତା 
ଅଟଇ ପବିତ୍ର 
ବ୍ୟାସଦେବ ବିରଚିତ
ଧର୍ମ ଶାସ୍ତ୍ର ମଧ୍ୟେ 
ମହାନ ଗ୍ରନ୍ଥ ଯେ 
ଅଟେ ପରା ଗୀତା ଗ୍ରନ୍ଥ l
ଗୀତା ଜୟନ୍ତୀର 
ପବିତ୍ର ଦିବସେ 
ସଭିଁଏ ଶପଥ ନେବା 
ନିତି ଗୀତା ଗ୍ରନ୍ଥ 
ଅଧ୍ୟୟନ କରି 
କର୍ମରେ ତ ଲଗାଇବା ll 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ:-ନନ୍ଦିଗ୍ରାମ 
ଭାୟା:-ନାଉଗାଁ ହାଟ 
ଜିଲ୍ଲା:-ଜଗତସିଂହପୁର 

Related posts

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ନୂତନ ରାଷ୍ଟ୍ରପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସଂଘ

Sunil Chandra Nayak

Leave a Comment

error: Content is protected !!