Uncategorizedତ୍ରିଲୋଚନ ପାଢୀ ଙ୍କ କବିତା ପବିତ୍ର ଗୀତା ଜୟନ୍ତୀ by Sunil Chandra NayakDecember 5, 2022061 Share0 ପବିତ୍ର ଗୀତା ଜୟନ୍ତୀ ତ୍ରିଲୋଚନ ପାଢୀ (ଶିକ୍ଷକ ) ଗୀତା ଗ୍ରନ୍ଥରେ ରହିଛି ବର୍ଣ୍ଣିତ ମାସ ଶ୍ରେଷ୍ଠ ମାର୍ଗଶୀର ଶୁକ୍ଳ ତ୍ରୟୋଦଶୀ ତିଥିରେ ହୁଅଇ ଗୀତା ଜୟନ୍ତୀ ପାଳନ l ମହାଭାରତର ମହାସମରରେ ଅସ୍ତ୍ର ତେଜିଲେ ଅର୍ଜୁନ ସହୋଦର ମଧ୍ୟେ ଯୁଦ୍ଧ କରିବାକୁ ବିଷାଦ ହୋଇଲା ମନ l ଅର୍ଜୁନଙ୍କ ମନୁ ବିଷାଦ ଦୂରେଇ ଧରିବାକୁ ପୁଣି ଅସ୍ତ୍ର ଯୁଦ୍ଧକ୍ଷେତ୍ରେ ତାଙ୍କୁ କୃଷ୍ଣ ଭଗବାନ ଦେଇଥିଲେ ଦିବ୍ୟ ଜ୍ଞାନ l ଅଠର ଅଧ୍ୟାୟ ସାତଶହ ଶ୍ଳୋକରେ ଶୁଣାଇଲେ ଗୀତାବାଣୀ ମନରୁ ବିଷାଦ ଦୂରେଇ ଅର୍ଜୁନ ଅସ୍ତ୍ର ଧରିଥିଲେ ପୁଣି l ସର୍ବ ଗ୍ରନ୍ଥ ମଧ୍ୟେ ଗୀତା ଗ୍ରନ୍ଥ ସାର ପବିତ୍ର ଗୀତାର ବାଣୀ ବୁଝ ଵା ନ ବୁଝ ଗୀତା ଗ୍ରନ୍ଥ ପଢ କର୍ମରେ ଲଗାଅ ପୁଣି l ଗଙ୍ଗା ଠାରୁ ଗୀତା ଅଟଇ ପବିତ୍ର ବ୍ୟାସଦେବ ବିରଚିତ ଧର୍ମ ଶାସ୍ତ୍ର ମଧ୍ୟେ ମହାନ ଗ୍ରନ୍ଥ ଯେ ଅଟେ ପରା ଗୀତା ଗ୍ରନ୍ଥ l ଗୀତା ଜୟନ୍ତୀର ପବିତ୍ର ଦିବସେ ସଭିଁଏ ଶପଥ ନେବା ନିତି ଗୀତା ଗ୍ରନ୍ଥ ଅଧ୍ୟୟନ କରି କର୍ମରେ ତ ଲଗାଇବା ll ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ:-ନନ୍ଦିଗ୍ରାମ ଭାୟା:-ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର