ହେ ଇଶ୍ଵର
ଉପେନ୍ଦ୍ର କୁମାର ବସ୍ତିଆ
ନିର୍ମିନେଷେ ଚାହିଁ ଦେଖ ସୁନୀଳ ଆକାଶ
ଧରଣୀ ମାଆ ପାଉଅଛି ନିଦାରୁଣ କ୍ଳେଶ
ଶୀର୍ଣ୍ଣ ପ୍ରାୟ ଉଦାସ ମଣିଷ
ହେ ଇଶ୍ଵର !
ବଞ୍ଚିବାକୁ ଅବିରାମେ କରୁଛି ପ୍ରୟାସ ।
ଦେଖୁଅଛ କେଉଁ କାଳୁ ମଣିଷ ବେଭାର
ସ୍ୱାର୍ଥ ଲାଗି ଅତ୍ୟାଚାର କରେ ବାରବାର
ଧର୍ମାଧର୍ମେ ନ କରି ବିଚାର
ହେ ଇଶ୍ଵର !
ଧାଇଁ ଅଛି ଲଭିବାକୁ ସୁଖ ନିରନ୍ତର ।
ଅଜ୍ଞାନ ଏ ସଭ୍ୟଜାତି କରେ ଛିନ୍ନ ଭିନ୍ନ
ସୃଷ୍ଟିର ସୁନ୍ଦର ଧରା ଦିଶଇ ବିବର୍ଣ୍ଣ
ତା ଗରଭ କରୁଛି ମନ୍ଥନ
ହେ ଇଶ୍ଵର !
ଏ କି ତୁମ ସୃଷ୍ଟିର ବିଧାନ ?
ସୁନ୍ଦର ସବୁଜ ବନ ହେଉଛି ନିଶ୍ଚିହ୍ନ
ତାପର ପ୍ରକୋପେ ଧରା ହୁଏ ସନ୍ତୁଳନ
କୋଟି କୋଟି ପ୍ରାଣ କମ୍ପମାନ
ହେ ଇଶ୍ଵର !
ନୀତି ଦେଖି ରହୁଛ ମଉନ ?
ସୃଷ୍ଟିର ଅନନ୍ତ କାଳୁ ସଂଗ୍ରାମେ ଜଡ଼ିତ
ଅବିରାମେ ପ୍ରକୃତିକୁ କରେ ପ୍ରତିହତ
ତଥାପି ଏ ମଣିଷ ଅଶାନ୍ତ
ହେ ଇଶ୍ଵର !
ମେଣ୍ଟି ବାକୁ ମନବାଞ୍ଛା ଚାଲିଛି ନିରତ ।
ଭୁଲିଛି ମଣିଷ ଆଜି ଧର୍ମ କର୍ମ ଜ୍ଞାନ
ଦାମ୍ଭିକ ଚିତ୍ତରେ ଗାଏ ନିଜ ଯଶ ଜ୍ଞାନ
କିବା ଅଛି ପରିବେଶେ ଧ୍ୟାନ ?
ହେ ଇଶ୍ଵର !
ଦିନୁ ଦିନ ଜୀବନ ବିଷର୍ଣ୍ଣ ।
ତୁମରି ସୃଷ୍ଟିରେ ଶ୍ରେଷ୍ଠ ଏ ମଣିଷ ଜାତି
ପାର୍ଥିବ କାମନା ଭୋଳେ କରୁଛି ଦୁର୍ନୀତି
ନିଃଶକୋଞ୍ଚେ ଲୋଡୁଛି ଦୁର୍ଗତି
ହେ ଇଶ୍ଵର !
ଫେଡ଼ ବାରେ ମାନବ ଦୁର୍ବୁଦ୍ଧି ।
ରାଉରକେଲା