ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ସୁମନ

ସୁମନ

 ରାଗ (ଚୋଖି )

 

ଜଗତ ସୁମନ ମୟ

ବନ ଉପବନ ଚୟ

ଜଳେ ସ୍ଥଳେ ଅତିଶୟ

ହରଇ ମନ,

ତରୁଲତା କୁଞ୍ଜବନ

ଫୁଲେ ଭରା ଅନୁକ୍ଷଣ

ହିଲ୍ଲୋଳିତ ତନୁମନ

ଜାଗେ ସ୍ପନ୍ଦନ,

ତରୁଣୀକି ପିଡ଼େ ମଦନ

ଜାଗେ ନବ ଜାଗରଣ

ଉଚ୍ଚାଟ ମନ |1|

 

ବହଇ ଧୀର ପବନ

ଛୁଇଁ ଛୁଇଁ ଅପଘନ

ବିଲମାଳ ଘନ ଘନ

ଭରା ସୁମନ

ଫୁଲେଫୁଲେ ଅଳିରାସ

ମହକି ଉଠେ ସୁବାସ

କେତେବୃକ୍ଷଫୁଲେ ଶୁଭେ

କୂହୁ କୂଜନ

ପୁଲକିତ ବନ ପ୍ରାଙ୍ଗଣ

ନିତିନିତି ତହିଁ ଫୁଟେ

ଦିବ୍ୟ ସୁମନ |2|

 

ପୁଲକିତ ଯଉବନ

ଜାଗେନବ ଜାଗରଣ

ପାଗଳ ଯୁବା ରତନ

ବ୍ୟଥିତ ମନ

ଲୋଡ଼ଇ ବାଳା ରମଣ

ଛଳଛଳ ସୁନୟନ

ବସନ୍ତ ପରଶ ଲାଗି

ଛପି ମଦନ

ଭରିଛି ଜଗତ ସୁମନ

ମଦନ ପୀଡ଼ନ ହୁଏ

ହୃଦେ ବର୍ଦ୍ଧନ |3|

 

ସୁମନ ନିତ୍ୟ ନୂତନ

ରମଣୀୟ ସନାତନ

ତୁମ ହୃଦୟର ଦିବ୍ୟ

ନେତ୍ର ଅଞ୍ଜନ

ପୃଥ୍ୱୀବୀର ଯେତେଧନ

ତୋ’ଠି ନିହିତ ସୁମନ

ତୋ’ଦର୍ଶନେ ମୁଗ୍ଧ ପ୍ରଭୂ

ନନ୍ଦ ନନ୍ଦନ

ମନୋହର ଚାରୁ ସୁମନ

ସୁମନ ପଦାରବିନ୍ଦ

କୋଟି ନମନ |4|

 

ସୁମନେ ସୁମନ ଶୋଭା

ପଦକଞ୍ଜେ ଦେବ ଉଭା

ଶାଳଗ୍ରାମେ ଦିବ୍ୟ ଶକ୍ତି

ନିତ୍ୟ ପୂଜନ,

ଜଗାଵଗା ସୁଦର୍ଶନ

ବିମୋହିତ ତ୍ରିଭୁବନ

ସୁମନାର୍ପଣ

ସଂସାର ସୁମନ ସୁମନ

ମୋକ୍ଷ ମାର୍ଗ ମିଳେକଲେ

ବିଭୂ ଦର୍ଶନ |5|

 

ଶ୍ରୀ ବିଦ୍ୟାଧର ମହାନ୍ତ,

ତମ୍ବାହରା

କେନ୍ଦୁଝର, 

Related posts

ମୟୂରଭଂଜ – ହାଟବାଦଡା ହାଟ ରକ୍ତ ରଂଜିତ ଗୋରୁବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ଓଡିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

Sunil Chandra Nayak

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!