ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ – ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ଚାକିରୀ

ଢେଙ୍କାନାଳ (ମ.ନି.ସ.)୨୦ା୯: ମାସ ପରେ ମାସ ବିତିବାରେ ଲାଗିଛି। ମାତ୍ର କମ୍ପାନୀ ନିଯୁକ୍ତିକୁ ନେଇ ଟାଳଟୂଳ ନୀତି ଅବଲମ୍ବନ କରୁଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ବି.ଆର.ଜି.କମ୍ପାନୀକୁ ଅଧିଗ୍ରହଣ କରିଥିବା ରିମଝିମ୍ କାରଖାନାରେ କ୍ଷତିଗ୍ରସ୍ତ ଜମିହରାମାନେ । କାରଖାନାରେ ନିଯୁକ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ସପ୍ତମ ଥର ପାଇଁ ତ୍ରିପାକ୍ଷିକ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ତରଫରୁ ଆଜି ପର୍ଯ୍ୟନ୍ତ ୧୨ ଜଣ ଜମିହରାଙ୍କୁ ନିଯୁକ୍ତି ମିଳିଛି । ଅନ୍ୟ ୫୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ସେଠାରେ ଅଧାଲେଖାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । କାରଖାନା କର୍ତ୍ତୃପକ୍ଷଙ୍କ ଏହି ଚାଲବାଜି ଧରାପଡିଯିବା ପରେ ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା । ନିଯୁକ୍ତି ପତ୍ରକୁ ସଂଶୋଧନ କରାଯାଇ ନୂଆ ନିଯୁକ୍ତି ପତ୍ର ପ୍ରଦାନ କରାଯିବାକୁ ଦାବୀ କରାଯାଇଥିଲା । ଅବଶିଷ୍ଟ ୭୯ ଜଣଙ୍କୁ ଆସନ୍ତା ୨୦୨୩ ଜାନୁଆରୀ ମାସ ଶେଷ ସୁଦ୍ଧା ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ନିଯୁକ୍ତିକୁ ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ଖିଲାପ କରୁଥିବା କମ୍ପାନୀର କଥାକୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରହଣ କରି ନ ଥିଲେ । ଏଥି ସହ କମ୍ପାନୀ ଦେଉଥିବା ନିଯୁକ୍ତି ପତ୍ରରେ କେବଳ ନାମ ଲେଖି ଛାଡି ଦେଉଥିବା ଏବଂ ସମ୍ପୂର୍ଣ୍ଣ ବିବରଣୀ ରହୁନଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଶେଷରେ ଜିଲ୍ଲାପାଳ ଓ ପ୍ରଜାସଂଘ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ନିଜର ତ୍ରୁଟି ସୁଧାରିବା ସହ ସମୟସୀମା ସୁଦ୍ଧା ଶତ ପ୍ରତିଶତ ନିଯୁକ୍ତିକୁ ନେଇ ଲିଖିତ ରାଜିନାମା ପ୍ରଦାନ କରିଥିବା ଜଣାପଡିଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଗଙ୍ଗାଧର ସାମଲ, ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ରିମଝିମ୍ କମ୍ପାନୀ ମୁଖ୍ୟ ଏମ୍ ପି ସିଂହଙ୍କ ସମେତ କମ୍ପାନୀ କର୍ତ୍ତୃପକ୍ଷ ଓ କ୍ଷତିଗ୍ରସ୍ତ ପ୍ରଜାସଂଘର ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ ।

ଢେ଼ଙ୍କାନାଳ ରୁ ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ମୋର୍‌ ନୂଆଁ କଲେଜ୍‌ ପଢ଼ାକଥା

Sunil Chandra Nayak

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

ଅପର୍ତ୍ତି ସେଠୀ ଙ୍କ କବିତା ସ୍ବପ୍ନ

Sunil Chandra Nayak

Leave a Comment

error: Content is protected !!