ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପଥ ଦେଖା ହରି ପଥ କର ପାରି
    ଶରଣ ନେଉଛି ପାଦ
ମୋଜୀବନକାଳେ ତୁମେମୋପାଇଁ କି
    ମୋର ଜୀବନ ସଂପଦ।
ତୁମକୁ ଛାଡିକି କୁଆଡେ ଯାଉନି
     କରେ ସଦା ଅନୁସରି
ମୋଡାକ ଶୁଣିବ ମୋ ଭାବ ବୁଝିବ
    ଦିନବନ୍ଧୁ ଦଇତାରୀ।
ଗଲେ ଦୂର ପଥ ସ୍ମରଣ ତୋ ନେତ
       ଦୁଃଖ କୁ ଯାଉଛି ଭୁଲି
ଭଜନ ଗାଉଛି ସଂଗୀତ ଶୁଣୁଛି
       ତୋ ଗୁଣ ସଦା ଗାଇଲି।
ସ୍ନାନ କାଳ ଜପ ସୂର୍ଯ୍ୟ ନମସ୍କାର
       ପରେ ମନ୍ଦିର ଦର୍ଶନ
ତପ ଜପ କରି ପ୍ରାର୍ଥନା କରୁଛି
    ଭେଟ ହୁଏ ଭଗବାନ।
ତୂଳସୀ ପାଦୁକା ତୁଣ୍ଡରେ ପାଇଲେ
      ଶୁଦ୍ଧ ହୁଏ ମୋ ଶରୀର
ପବିତ୍ର ମନରେ କାମ ସବୁ କଲେ
   ଭକ୍ତି ମିଳେ ନିରନ୍ତର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କେନ୍ଦ୍ରମନ୍ତ୍ରୀଙ୍କ ମାନସିକ ପୂରଣ ପରେ ପୂଜା ଅର୍ଚନା

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

Sunil Chandra Nayak

Leave a Comment

error: Content is protected !!