ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ସନ୍ଦେହ

         ସନ୍ଦେହ

ମନୁଷ୍ୟ ର ମନ ପବନ ର ଖେଳ କେବେ ନ ହୁଅଇ ଥୟ
ପାଞ୍ଚ ମନ ଆଉ ପଚିଶ ପ୍ରକୃତି ଥରାଇ ଦିଅନ୍ତି କାୟ।
ଅବିଶ୍ବାସ ଯଦି ଉଦୟ ହୁଅଇ ଜନ୍ମଇ ମନେ ସନ୍ଦେହ
ସନ୍ଦେହ ଅଟଇ ହଳାହଳ ବିଷ ସଂସାର କରେ ଦୁର୍ନୟ।
ସନ୍ଦେହ ଆସିଲେ ସୁନା ର ସଂସାର ହୋଇଯାଏ ଛାରଖାର
ଭାଇ ଭାଇ ମଧ୍ୟେ ସମର ହୁଅଇ ବୁହଇ ରୁଧିର ଧାର।
ପ୍ରଭୁ ରାମଚନ୍ଦ୍ର ମାତା ଜାନକୀ ଙ୍କୁ ମନରେ ସନ୍ଦେହ କଲେ
ସହି ନ ପାରିଲେ ଜନକ ଦୁହିତା ଧରଣୀ କୋଳକୁ ଗଲେ।
ସନ୍ଦେହ ଅଟଇ ମାୟାବୀ ଅସୁର କରେ ସବୁ ଛାରଖାର
ସ୍ବାମୀ ସ୍ତ୍ରୀ ମଧ୍ୟେ ପାଚରୀ ପଡୁଛି ଦେଖିଛି ସାରା ସଂସାର।
କେଦାର ଗୌରୀ ପିରତି କାହାଣୀ ଜାଣିଛି ସାରା ଜଗତ
ଉତ୍ତରୀ କୁ କେଦାର ବିନାଶ ସନ୍ଦେହ କଲା ମୋହିତ।
ସବୁରି ମନରେ ସନ୍ଦେହ ରାଜୁତି ଏତ ମାୟା ର ସଂସାର
ସନ୍ଦେହ ଆସିଲେ ପ୍ରଭୁ ଜଗନ୍ନାଥ ବୁଲିଲେ ବାରଦୁଆର।

ଜନରଞ୍ଜନପ୍ରଧାନ

ଆଳୋଇ ବାଲିପାଟଣା
ଖୋର୍ଦ୍ଧା

Related posts

କାର୍ତ୍ତିକ ପୂର୍ଣ୍ଣମୀରେ ପଡ଼ୁଛି ଚନ୍ଦ୍ରଗ୍ରହଣ….

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ଲୁହରେ ଲେଖୁଛି ଚିଠି

Sunil Chandra Nayak

ସାମୁହିକ ଜନ୍ମଦିନ ପାଳିଲେ ଶିଶୁ ସଦନ ଅନ୍ତେବାସୀ

Sunil Chandra Nayak

Leave a Comment

error: Content is protected !!