ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଚୟନ

ଚନ୍ଦାହାଣ୍ଡି(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଳା ସଂସ୍କୃତି ସଂଘ ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝରାବାହାଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ର ଶତାଧିକ କଳାକାର ଯୋଗ ଦେଇଥିଲେ । ବରିଷ୍ଠ କଳାକାର ବଲେଖ ହାତୀ ଓ ବୈକୁଣ୍ଠ ଝାଙ୍କର ଙ୍କ ସମର୍ଥନ ଓ ପ୍ରସ୍ତାବ କ୍ରମେ ଯୁବ କଳାକାର ଭୀମସେନ ଡଙ୍ଗରୀ ଙ୍କୁ ସଂଘ ର ଉପସଭାପତି ଭାବେ ଚୟନ କରାଯାଇଥିଲା। ପାନାବେଡା ଅଞ୍ଚଳର ଲୋକକଳା,ଆଞ୍ଚଳିକ ନାଟକ, ଘୁମୁରା ,ସଙ୍କିର୍ତନ ,ରାହାସ,ମାଦଲୀ ,ଘୁଡକା,ଖଞ୍ଜଣି ,ଦାସକାଠିଆ ,ବନାବାଡି, ସିଙ୍ଗବାଦ୍ୟ ଆଦି କଳାକୁ ପୁନରୁଦ୍ଧାର କରିବା ନିମନ୍ତେ ଆଲୋଚନା ହୋଇଥିଲା । କଳାକାର ମାନଙ୍କ ଦ୍ବାରା ଏହାର ଏକ ରିଜୋଲିସନ କପି ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଟ୍ୟ କଳାକାର କାହ୍ନୁଚରଣ ଦାଶ, ତ୍ରିନାଥ ଗୋପାଳ, ଅମରଲାଲ ସୁନା, ମଠା ଚୌହାନ, ସୁସେନ ଟାକ୍ରି,ଅଭିମନ୍ୟୁ ବାଘ, ସୁରେନ୍ଦ୍ର ନାଗ , ଙ୍କ ସମେତ ଶତାଧିକ କଳାକାର ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବାସନ୍ତୀ ଲତା ଜେନା ଙ୍କ ଗଳ୍ପ ପାଉଁଜି

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ପୁନେଇଁ ଜହ୍ନ

Sunil Chandra Nayak

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!