ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୮ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଗ୍ରାଚୁଟି କିମ୍ବା ଡେଥ ଗ୍ରଚୁଟି ଏଵଂ ମୃତ ଗଣଶିକ୍ଷକ ଙ୍କୁ ଏକ୍ସ ଗ୍ରାଚୁଟି ପ୍ରଦାନ 

ଦରମା ଟ୍ରେଜେରୀ ମାଧ୍ୟମରେ ପ୍ରଦାନ କରାଯାଉ

ଝରିଗାଁ  / ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସଦମହକୁମାରେ ଶନିବାର ଅପରାହ୍ନରେ ସ୍ଥାନୀୟ ହନୁମାନ ବାଟିକା ନିକଟରୁ କାର୍ଯ୍ୟରତ ବ୍ଲକର ସମସ୍ତ ଗଣଶିକ୍ଷକ ଏଵଂ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର) ର ବ୍ଲକ ସଭାପତି ମୂରଲୀଧର ନାୟକଙ୍କ ନେତୃତ୍ୱରେ ଏକ ଶୋଭଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବିନେଇ ବିଇଓ ଜଗନ୍ନାଥ ଧାରୁଆଙ୍କ ଜରିଆରେ ପ୍ରଦାନ କରାଯାଇଥିଲା l ସେଗୁଡିକ ହେଲା ଗତ ୨୦୧୭ ମାର୍ଚ୍ଚ ପହିଲା ଠାରୁ ଗଣଶିକ୍ଷକ ମାନଙ୍କୁ ଲେବଲ୍ -୫, ସହକାରୀ ଶିକ୍ଷକ (ଏକ୍ସ୍ କ୍ୟାଡ଼ର) ଭାବରେ ନିୟମିତ କରିଥିଲେ l ସେଥିମଧ୍ୟରୁ ରାଜ୍ୟରେ ପ୍ରାୟ ୩ହଜାର ଗଣଶିକ୍ଷକ ସମସ୍ତ ଯୋଗ୍ୟତା ଥିବା ସତ୍ବେ ନିୟମିତ ହେବାରୁ ବଞ୍ଚିତ ରହିଛନ୍ତି l ସରକାର ନିୟମିତ କରିବା ସମୟରେ ଗଣଶିକ୍ଷକ ମାନଙ୍କ ନିଯୁକ୍ତି ବର୍ଷ ୨୦୦୮ ମସିହା ଠାରୁ ଆଠ ବର୍ଷ ଗଣନା କରି ନିୟମିତ କରିଥିବାରୁ ତା ୪/୬/୨୦୧୨ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଓଟିଇଟି ଉକ୍ତ ଶିକ୍ଷକ ମାନଙ୍କ ପାଇଁ ପ୍ରଯୁକ୍ତ ନୁହେଁ, ଏଣୁ ଏହାକୁ ଉଚ୍ଛେଦ କରି ସମସ୍ତ ଯୋଗ୍ୟ ଗଣଶିକ୍ଷକ ମାନଙ୍କୁ ୨୦୧୭ ମସିହା ମାର୍ଚ୍ଚ ପହିଲାରୁ ନିୟମିତ ଲାଗୁ କରିବା ପାଇଁ ଦାବି ରହିଛି l ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ନଂ -୨୫୨୯୦ (ତା ୨୨/୧୨/୨୦୧୬) ପ୍ରକାରେ ଯେଉଁ ଏକ୍ସ କେଡର ଶିକ୍ଷକ ମାନେ ୨୦୧୯ ମସିହା ମାର୍ଚ୍ଚ ଶେଷ ମଧ୍ୟରେ ଓଟିଇଟି ପାସ୍ କରିବେ ନାହିଁ ସେମାନେ ପରବର୍ତ୍ତୀ ଇଂକ୍ରିମେଣ୍ଟ ପାଇବେ ନାହିଁ l ଅପରପକ୍ଷେ ଏନସିଟିଇ ର ଅଗଷ୍ଟ ୨୦୧୦ ଗାଇଡଲାଇନ ଅନୁଯାୟୀ ଟିଇଟି ପାସ୍ କରିବା କେବଳ ଶିକ୍ଷକ ନିଯୁକ୍ତି ସକାଶେ ବଧ୍ୟାତାମୂଳକ ରହିଅଛି l ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଇଂକ୍ରିମେଣ୍ଟ ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ l ଏଣୁ ସମସ୍ତ ଏକ୍ସ କେଡର ଶିକ୍ଷକଙ୍କୁ ୨୦୨୦ ମସିହା ମାର୍ଚ୍ଚ ପହିଲାରୁ ବନ୍ଦ ରହିଥିବା ଇଂକ୍ରିମେଣ୍ଟ ପ୍ରଦାନ କରାଯାଉ l ସେହିପରି ଏକ୍ସ କେଡର ଶିକ୍ଷକ ମାନଙ୍କୁ ସମଗ୍ରଶିକ୍ଷା ଅଭିଯାନରେ କରାଯାଇ ଡେପୁଟେସନ୍ କୁ ବତିଲ କରି ଏକ୍ସ କେଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମାର୍ଚ୍ଚ ପହିଲାରୁ କ୍ୟାଡ଼ର ଭୁକ୍ତ କରାଯାଉ l ସେହିପରି ଅର୍ଥବିଭାଗର ସର୍କୁଲାର ଅନୁଯାୟୀ ଏକ୍ସ କେଡର ସମସ୍ତ ଶିକ୍ଷକମାନଙ୍କ ଦରମା ଟ୍ରେଜେରୀ ମାଧ୍ୟମରେ ପ୍ରଦାନ କରାଯାଉ l ଏନପିଏସ୍ ଅଂଶଧନ ପ୍ରାନ୍ ରେ ଜମା କରିବାପାଇଁ ୨୦୧୮ ମସିହାରୁ ସରକାରଙ୍କ ଅନେକ ନିର୍ଦ୍ଦେଶନାମା ଥିବା ସତ୍ତ୍ୱେ କେବଳ ୨୦୧୭ ମସିହାରେ ପାଞ୍ଚ ମାସର ମେଚିଙ୍ଗ ଗ୍ରାଣ୍ଟ ପ୍ରଦାନ କରାଯାଇଛି, ଏଣୁ ଅବଶିଷ୍ଟ ମେଚିଙ୍ଗ ଗ୍ରାଣ୍ଟ ପ୍ରଦାନ ପାଇଁ ଦାବୀ ରହିଛି l ଅବସର ପ୍ରାପ୍ତ କିମ୍ବା ମୃତ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଗ୍ରାଚୁଟି କିମ୍ବା ଡେଥ ଗ୍ରଚୁଟି ଏଵଂ ମୃତ ଗଣଶିକ୍ଷକ ଙ୍କୁ ଏକ୍ସ ଗ୍ରାଚୁଟି ପ୍ରଦାନ କରିବା ସହ ସିଆରସିସି ଚୟନ ପ୍ରକ୍ରିୟାରେ ଏକ୍ସ୍ କେଡର ଶିକ୍ଷକଙ୍କୁ ସାମିଲ କରି ଭିଜନ ଟେଷ୍ଟ ପାଇଁ ସୁଯୋଗ ପ୍ରଦାନ କରାଯାଉ l ସେହିପରି ଓଆରଏସପି ୨୦୧୭ ନିୟମ ଅନୁଯାୟୀ ବର୍ଦ୍ଧିତ ଦରମାର ଅବଶିଷ୍ଟ ୫୦। ପ୍ରତିଶତ ଏରିଅର ପ୍ରଦାନ କରାଯାଉ l ଏକ୍ସ କେଡର ଶିକ୍ଷକମାନଙ୍କୁ ଫେଷ୍ଟିବାଲ୍ ଆଡବାନସ୍, ମେଡିକାଲ କ୍ଲାଇମ୍, ଏଚବିଏ, ଏମସିଏ, ଏମଏସିପି ଆଦି ପ୍ରଦାନ କରିବା ପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ସ୍ତରକୁ ସ୍ୱଷ୍ଟ ନିର୍ଦ୍ଧେଶନାମା ପ୍ରେରଣ କରାଯାଉ l ଏହି ଅବସରରେ ବ୍ଲକ ଗଣଶିକ୍ଷକ/ପ୍ରାଥମିକ ଶିକ୍ଷକ ମହାସଂଘର ସମ୍ପାଦକ ଲଛମନ ପନକା, ରଞ୍ଜିତ କୁମାର ଜେନା, ନବଘନ ଗୌଡ଼, ଲକ୍ଷ୍ମୀଧର ପନକା, ନମିତା ପଟ୍ଟନାୟକ, ମାର୍କଣ୍ଡ ମାଳି, ସୁଧାଂଶୁ ଶେଖର ତ୍ରିପାଠୀ, ହରିହର ଦୁର୍ଗା, ଆର୍ତ୍ତତ୍ରାଣ ବେହେରା, ସନ୍ତୋଷିନି ମଲ୍ଲିକ, ସ୍ମୃତିପ୍ରଭା ବେହେରା, ବସନ୍ତ ତ୍ରିପାଠୀ, ଲଛମନ ହରିଜନ, ମନବୋଧ କେଉଟ ପ୍ରମୁଖ ଉପସ୍ଥିତ ରହିଥିଲେ l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ପୁଣି ଭାଙ୍ଗିଲା ଅପ୍ରୋଚ  ରୋଡ଼,, ଜୁନାଗଡ -ଧର୍ମଗଡ ଜାତୀୟ ରାଜପଥ ରେ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପ୍ରହେଳିକା … ଏକ ନିଶବ୍ଦ ରାତ୍ରୀ ର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort