ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଏନ ଗୁଡା କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ନୀରବ 

ଡାଲଗୁମା:୨୯/୬- ମ.ନି.ସ:- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ଯୋଗାଇ ଦିଆ ଯାଉଥିବା ବେଳେ ବିଭାଗୀୟ ଅଧିକାରୀ ବାବୁ ଓ ଠିକାଦାରଙ୍କ ଲାଭଖୋର ମନୋବୃର୍ତ୍ତି ଯୋଗୁଁ ସରକାରଙ୍କ ମାଲ ଦରିଆମେ ଡlଲ ନୀତିରେ ମନଇଚ୍ଛା କାମକରି ଚାଲିଛନ୍ତି। ଯାହାଫଳରେ ନୀରିହ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ନିମ୍ନମାନର କଂକ୍ରିଟ ରାସ୍ତା ସାଙ୍ଗକୁ ଡ୍ରେନର ବ୍ଯବସ୍ଥା ନାହିଁ। ଏହା ଯୋଗୁଁ ବର୍ଷା ପାଣି ରାସ୍ତା ଉପରକୁ ଚାଲିଆସି ଏକ ପ୍ରକାରର କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଅଛି। ଏଭଳି ଏକ ଜ୍ଜଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡପୋଡ଼ ଗୁଡା ଗ୍ରାମପଞ୍ଚାୟତ ଥିବା ରଏନ ଗୁଡା ଗ୍ରାମରେ, ଗ୍ରାମରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି ଡ୍ରେନ ବ୍ଯବସ୍ଥା ନଥିବାରୁ ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହେବା ଯୋଗୁଁ ଗ୍ରାମବସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗ୍ରାମବାସୀ ବିଭିନ୍ନ ସମୟରେ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଜଣାପଡିଛି। ବର୍ତ୍ତମାନ ବର୍ଷାଋତୁ ସମୟରେ ଟିକିଏ ବର୍ଷା ହେଲେ ବର୍ଷା ପାଣି ବାହାରେ ନିଷ୍କାସନ ହୋଇପାରୁନାହିଁ। ରାସ୍ତା ମଝିରେ ପାଣି ଜମା ହୋଇ ପଚପଚିଆ କାଦୁ ହେବାରେ ଲାଗୁଛି। ରାସ୍ତା ମଝିରେ ଏମିତି ପାଣି ଜମା ହୋଇ ରହିଲେ ମଶା ମାଛି ମାନଙ୍କ ଆଶ୍ରୟ ସ୍ଥଳି ପାଲଟିବା ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏ ନେଇ ବଡ଼ ପୋଡ଼ାଗୁଡା ସରପଞ୍ଚ ଶ୍ରୀମତୀ ଯମୁନା ନାଏକ ଙ୍କୁ ପଚାରିବାରୁ ଯଥା ଶୀଘ୍ର ଡ୍ରେନର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ତେବେ କେତେ ଦୂର କାର୍ଯ୍ଯାକାରୀ କରୁଛନ୍ତି ତାହା ଦେଖିବାର ବାକିରହିଲା। ସ୍ଥାନୀୟ ବୁଦ୍ଧିଜୀବୀ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।

ଡାଲଗୁମାରୁ ମହେନ୍ଦ୍ର ଧରୁଆଙ୍କ ରିପୋର୍ଟ

Related posts

କର୍ଲାକୋଟ ହାଇସ୍କୁଲରେ କଙ୍କାଳ ଠାବ

ସାହିତ୍ୟ ଅଗଣା

Sunil Chandra Nayak

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!