ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ନାଁବାଳକ ବେସାହାରା ବୃଦ୍ଧ ଅଜାଆଇଙ୍କ ବୋଝ ପାଲଟିଛନ୍ତି

ଥୁଆମୂଳ ରାମପୁର :୨୦/୧୦ – (ମନିସ) :- ବିଧାତାର ବଡ ବିଡମ୍ବନା କାହାକୁ ସୁଖରେ କାହାକୁ ଦୁଃଖ ଯାତନାରେ ରହିବାକୁ ପଡୁଛି, ବିଚିତ୍ର ସଂସାରର ନିୟମ ଶିଶୁ ଟିଏ ଜନ୍ମ ନେଇ ବାପାମାଁଙ୍କ ସ୍ନେହ ମମତା ନେଇ ଖେଳିବୁଲି ପାଠପଢିବା ଠାରୁ ଆରମ୍ଭ କରି ସୁଖରେ ଦିନ କାଟୁଥିବା ବେଳେ ଏମିତି ଶିଶୁ ଅଛନ୍ତି ସେମାନେ ଅନାଥ ଜୀବନ ଭିତରେ ଗତିକରୁଛନ୍ତି। ସେମାନଙ୍କୁ ଆହା କହିବାକୁ କେହିନାହାଁନ୍ତି। ବାପାମାଁଙ୍କ ମୃତ୍ୟୁ ପରେ ଦୁଇ ଶିଶୁ ସନ୍ତାନ ବେସାହାରା ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ୍ ଅଧିନରେ ଥିବା ନାକରୁଣ୍ତି ଗ୍ରାମର ରାଇସାନା ମାଝୀ ଗତ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବାବେଳେ ସ୍ତ୍ରୀ ସାସାରୀ ମାଝୀ ଗତ ୧୭/୧୦/୨୦୨୨ ତାରିଖରେ ଝାଡାବାନ୍ତି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ଯାହାଫଳରେ ତାଙ୍କର ଦୁଇ ନାଁବାଳକ ସନ୍ତାନ ଜିତୁ ମାଝୀ ଅଷ୍ଟମ ଶ୍ରେଣୀ ଓ ନିଲୁ ମାଝୀ ୬ଷ୍ଠ ଶ୍ରେଣୀରେ ପାଠପଢୁଛନ୍ତି। ଏହି ଦୁଇ ଭାଇ ଏବେ ଅଜାଆଇଙ୍କ ଭରସାରେ ରହିଛନ୍ତି। ବାପାଙ୍କ ମୃତ୍ୟୁ ପରେ ସାସାରି ମାଝୀ ଏହି ଦୁଇ ଶିଶୁ ସନ୍ତାନଙ୍କୁ କୁଲିଭୁତି କରି ଲାଳନପାଳନ ସହ ନାକରୁଣ୍ତି ହାଇସ୍କୁଲରେ ପାଠ ପଢାଉଥିଲେ। ଏବେ ସାସାରି ମାଝୀ ଗତ ୧୭ ତାରିଖ ଦିନ ମୃତ୍ୟୁବରଣ କରିଛନ୍ତି। ମାଁର ମୃତ୍ୟୁ ପରେ ଜିତୁ ମାଝୀ ଓ ସାନ ଭାଇ ନିଲୁ ମାଝୀ ଏବେ ବେସାହାରା ହୋଇଛନ୍ତି। ତେବେ ଏହି ଦୁଇ ଶିଶୁଙ୍କ ଦାୟିତ୍ୱ ନେବ କିଏ ସେନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ତେଣୁ ଏହି ଅନାଥ ଦୁଇ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରି ଭବିଷ୍ୟତ ଗଠନରେ ସହାୟକ ହୁଅନ୍ତୁ ବୋଲି ଗ୍ରାମବାସୀ ଦାବି କରୁଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କବିତା  ସାହୁ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଅନୁଷ୍ଠିତ 

Sunil Chandra Nayak

ଦୀର୍ଘ  ୩୦ ବର୍ଷ କାଳ ବାସନ୍ଦ ଜୀବନ ଯାପନ କରୁଛନ୍ତି କଦମା ମାଝୀ

Leave a Comment

error: Content is protected !!