ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଦେଶରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ; ୨୪ ଘଣ୍ଟାରେ ୩୨୦୭ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

ଦେଶରେ ଏବେ ଉପର ମୁହାଁ କରୋନା। କରୋନାର ସଂକ୍ରମଣ ହାର ଏବେ ପୁଣି ବଢିବାକୁ ଲାଗିଛି | ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି ବୃଦ୍ଧି ପାଉଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୧ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେହିପରି ୨୦୪୦୩ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୬୦ ହଜାର ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୪୦୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ତ ୨୪ ଘଣ୍ଟାରେ ହୋଇଥିବା ୨୯ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୦୯୩ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩୪୧୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୬୦,୯୦୫।ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୦୪୦୩। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୦,୩୪,୯୦,୩୯୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୪,୧୦,୨୯,୮୫୮ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୩୬,୭୭୬ଟି ନମୁନା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ନର୍ଲା ବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!