ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆଖାଇ ପର୍ବ ମହା ଆଡମ୍ବରରେ ପାଳିତ 

ଟେମରି (ମ ନି ସ ):ଓଡିଶାରେ ପାଳନ କରାଯାଉ ଥିବା ଯାନିଯାତ୍ରା ଓ ପର୍ବପର୍ବାଣୀ ଗୁଡିକ ମଧ୍ୟରେ ଚନ୍ଦନଯାତ୍ରା,ସ୍ନାନଯାତ୍ରା, ରଥଯାତ୍ରା, ବାହୁଡା଼ ଯାତ୍ରା, ଝୁଲଣ ଯାତ୍ରା, ଦୋଳଯାତ୍ରା, ଲକ୍ଷ୍ମୀପୂଜା, ସରସ୍ବତୀ ପୂଜା, ଗଣେଶପୂଜା,ନୂଆଖାଇ,ଚଇତିପର୍ବ, ଦଶହରା ପର୍ବ, ମକରପର୍ବ, ହୋଲିପର୍ବ ଅନ୍ୟତମ l ସେହିପରି ଓଡିଶା ମହିଳାମାନେ ପାଳନ କରୁଥିବା ଓଷା ଗୁଡିକ ମଧ୍ୟରେ ଷଠି ଓଷା, ଖୁଦୁରୁକୁଣୀ ଓଷା, ବୁଧେଇ ଓଷା, ବଡ଼ ଓଷା ଏବଂ ବ୍ରତ ମଧ୍ୟରେ ସୁଦଶା ବ୍ରତ, ସୋମନାଥ ବ୍ରତ, ବାଲିତୃତୀୟା ବ୍ରତ, ଶିବରାତ୍ରି ବ୍ରତ, ସାବିତ୍ରୀ ବ୍ରତ ଇତ୍ୟାଦି ଉଲ୍ଲେଖଯୋଗ୍ୟ l ଏତତ୍ ବ୍ୟତୀତ ଓଡିଶାରେ ବସବାସ କରୁଥିବା ଆଦିବାସୀ ଓ ଆର୍ଯ୍ୟସଂସ୍କୃତି ଜୀବନକୁ ମହିମାନ୍ନୀତ କରିଛି l ସେହିପରି ପଶ୍ଚିମ ଓଡିଶାର ଗଣପର୍ବ ରୂପେ ନୂଆଖାଇ ପ୍ରସିଦ୍ଧ ଲାଭ କରିଛି l ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଦିନରେ ପ୍ରଭୁ ସିଦ୍ଧି ବିନାୟକ ଗଣେଶ ମହାପ୍ରଭୁଙ୍କ ପୂଜା ନିରାଡ଼ମ୍ବର ଭାବରେ ଓଡିଶାର ପୁର ପଲ୍ଲୀ, ସହରମାନଙ୍କରେ ପାଳିତ ହୋଇଥିବାବେଳେ ଭାଦ୍ରବ ପଞ୍ଚମୀ ତିଥିରେ ଜଙ୍ଗଲରୁ କୁରେଇ ପତ୍ର, ନୂଆଁ ଧାନ, ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସଂଗ୍ରହ କରି ନିଜ ନିଜର ଆରାଧ୍ୟ ଦେବଦେବୀଙ୍କୁ ପୂଜା କରି ଦେବୀ ମାଆ ମହାଲକ୍ଷ୍ମୀଙ୍କ ପୂଜାକରି ନିଜର ବଂଶଧର ଏକତ୍ରିତ ହୋଇ ମିଷ୍ଟାର୍ନ୍ନ ଭୋଜନ କରିଥାନ୍ତି l ଏହି ଦିନ ଦୂରବିଦେଶକୁ ଯାଇଥିବା ଲୋକମାନେ ନିଜ କର୍ମକ୍ଷେତ୍ରରୁ ନିଜ ଭିଟାମାଟିକୁ ଫେରିଥାନ୍ତି l ଏହି ପ୍ରାଚୀନ ପରମ୍ପରା ଅତ୍ୟନ୍ତ ନିଆରା ଏହି ଦିନ ନିଜ ନିଜ ମଧ୍ୟରେ ସୁସମ୍ପର୍କ ରଖିଥାନ୍ତି ଶତ୍ରୁ, ଅହଂକାର, ବିରୋଧାଚରଣ ନ କରି ଶାନ୍ତି, ମୈତ୍ରୀ, ଦୟା, କ୍ଷମା, ବନ୍ଧୁତ୍ୱ୍ୱ ଭାବ ପାଇଁ ନିଜ ନିଜ ନୂଆଖାଇ ଜୁହାର ଭେଟ ପରସ୍ପର ମଧ୍ୟରେ ହୋଇଥାଏ l ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ସ୍ଥାନ ସ୍ଥାନରେ ଆୟୋଜିତ କରାଯାଇଥାଏ l ସେଥିପାଇଁ ଏହି ପର୍ବକୁ ମୈତ୍ର ର ପର୍ବ, ଶାନ୍ତିର ପର୍ବ,ବନ୍ଧୁତ୍ୱର ପର୍ବ, କୃଷକର ପର୍ବ, ନୂଆଖାଇ ପର୍ବ କୁହାଯାଏ l ଏହି ଦିନ କୃଷକ ଭାଇ ନିଜ କ୍ଷେତରେ ବର୍ଷ ଯାକ ମୁଣ୍ଡ ଝାଳ ତୁଣ୍ଡେ ମାରି ପରିଶ୍ରମ କରିଥିବା ନୂଆ ଫସଲ ପ୍ରଥମେ ଆଣିଥାଏ ଏବଂ ନିଜ ପରିବାରକୁ ପ୍ରତି ପୋଷଣ କରି ନିଜ ଜମି ଫସଲ ପାଇବାର ନୂଆ ଆଶା ଓ ଅଭିଳାଷ ପୂରଣ କରିଥାଏ l ଆଜି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର କୁମ୍ଭାରୀ, ଟେମରି, ପଣ୍ଡକୁଳ, ଚିଚିଆ, ଦଶପୁର, ଫରଙ୍ଗ, ବୋରଗୁଡା, ଖମାର ହଳଦୀ, ଧାମନପୁର, ବୃନ୍ଦାବାହାଲ ତଥା ବିଭିନ୍ନ ଗ୍ରାମ ପଂଚାୟତ ର ଗ୍ରାମଗୁଡିକରେ ପାଳିତ ହୋଇ ଯାଇଛି l କୁମ୍ଭାରୀ ମାଲପଡା ଠାରେ ମଟକା ଫଠା କାର୍ଯ୍ୟକ୍ରମ ବେଶ ଆକର୍ଷଣ ହୋଇପାରିଛି l

ମସୀହା ନିୟୁଜ୍ ସର୍ଭିସ୍ 

Related posts

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ନୂଆଁ ଖାଇ ଭେଟ୍ ଘାଟ୍

Sunil Chandra Nayak

ଇସ୍ପାତ ସହରରେ ଦେବ ବିନ୍ଧାଣୀଙ୍କ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!