ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବଡ଼ଦାଣ୍ଡ ଘର ରହି ନିରନ୍ତର
    ଦରଶନ କରେ ନିତି
ଦାଣ୍ଡ ପରିଷ୍କାର ପବିତ୍ର ଜଳରେ
   ଭକ୍ତିରେ କରୁଛି ସ୍ତୁତି।
ବଡ଼ଦାଣ୍ଡ ଡୋରି ଭକ୍ତିରେ ସବୁରି
     ବର୍ଷକୁ ହୁଏ ମିଳନ
ରଥର ବସିକି ଦର୍ଶନ ଦିଅନ୍ତି
   ଭକ୍ତ ଜନ ଆଲିଙ୍ଗନ।
ଯାହା ମନୋବାତ୍ସା ପୂରଣ କରନ୍ତି
    ଭକ୍ତ ବନ୍ଧୁ ମୋର ହରି
ଦୁଃଖ ସବୁ ଜାଣି ବିଚାର କରନ୍ତି
     ଶୁଣନ୍ତି ପ୍ରତି ଗୁହାରୀ।
ହରି ଯେ ପବନ ଜାଣେ ସର୍ବ ମନ
    ଖୁସିରେ ସର୍ବେ ସନ୍ତୋଷ
ଯାହାର ଯେପରି ରହିଛି ସ୍ବଭାବ
      ହରି କରନ୍ତି ପ୍ରକାଶ।
ପ୍ରଭୁ ପାଶେ ମନ ଯାଉ ଯେତେ ଦିନ
    ଗାଉଛି ତାଙ୍କ ଜଣାଣ
ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରୁଛି
     ଘେନ ପ୍ରଭୁ ମୋ ପ୍ରଣାମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମାଗଣା ଯୋଜନା ବନ୍ଦ ହୋଇପାରେ ? ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ

Sunil Chandra Nayak

ରାଧାକୁଞ୍ଜ ସାହି ରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଲୁଟ୍ ହେଉଛି କେନ୍ଦୁ କାଠ, ମାଫିଆ ଙ୍କୁ ସୁରକ୍ଷା ଦେଉଛି ବନାଞ୍ଚଳ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!