ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

 ବିଘ୍ନ ବିନାଶକ 

ବାଲାଜି ସେଠୀ

ବିପଦ ଭଞ୍ଜନ ପ୍ରଭୁ ହେ
            ବିଦ୍ୟାର ଅଧୀଶ୍ଵର
କରପତ୍ର ଯୋଡି ଭକତି
          ଭରେ କରେ ଜୁହାର ।
ଅଙ୍ଗ ମଳୁଖରୁ ଗିରିଜା
            କଲେ ତୁମ୍ଭଙ୍କୁ ଜାତ
ପରାଣ ସଞ୍ଚିଲେ ଶ୍ରୀହରି
              ବିଶ୍ୱ ବ୍ରହ୍ମାଣ୍ଡ ତାତ ।
ବିଘ୍ନ ବିନାଶକ ଗଣେଶ
               ଶିବଙ୍କ ଅତି ପ୍ରିୟ
ବରାଭୟ ଦେଇ ଆମ୍ଭଙ୍କୁ
               ପ୍ରଭୁ ହୁଅ ସଦୟ ।
ଗିରିଜା ନନ୍ଦନ ପ୍ରଭୁ ହେ
            ତୁମ୍ଭେ ଶୁଭ ଦାୟକ
ଅଗ୍ର ପୂଜ୍ୟ ଭାବେ ପୂଜିତ
           ତୁମ୍ଭେ ହେ ବିନାୟକ ।
ସର୍ବ ଦେବଗଣେ ସାର ହେ
                ପ୍ରଭୁ ଗଣାଧିପତି
ସକଳ ଦେବତା ସ୍ମରନ୍ତି
           ପ୍ରାତଃ କାଳରେ ନିତି ।
ଦିଅ ବିଦ୍ୟା ବୁଦ୍ଧି ଆମ୍ଭଙ୍କୁ
             ଆମ୍ଭେ ମୁଢ଼ ଅଜ୍ଞାନ
ଜୀବନ ହୋଇବ ସାର୍ଥକ
           ପାଇଲେ ଦିବ୍ୟ ଜ୍ଞାନ ।
ଶୁଣ ଗଜାନନ ଗୁହାରି
              ଆମ୍ଭେ ଅଧମ ଜନ
ସର୍ବ କାର୍ଯ୍ୟେ ସିଦ୍ଧି ହୁଅନ୍ତୁ
            ପାଦେ କରୁ ଜଣାଣ ।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆମ ବେଙ୍ଗନାନୀ

Sunil Chandra Nayak

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

Leave a Comment

error: Content is protected !!