ବିଘ୍ନ ବିନାଶକ
ବାଲାଜି ସେଠୀ
ବିପଦ ଭଞ୍ଜନ ପ୍ରଭୁ ହେ
ବିଦ୍ୟାର ଅଧୀଶ୍ଵର
କରପତ୍ର ଯୋଡି ଭକତି
ଭରେ କରେ ଜୁହାର ।
ଅଙ୍ଗ ମଳୁଖରୁ ଗିରିଜା
କଲେ ତୁମ୍ଭଙ୍କୁ ଜାତ
ପରାଣ ସଞ୍ଚିଲେ ଶ୍ରୀହରି
ବିଶ୍ୱ ବ୍ରହ୍ମାଣ୍ଡ ତାତ ।
ବିଘ୍ନ ବିନାଶକ ଗଣେଶ
ଶିବଙ୍କ ଅତି ପ୍ରିୟ
ବରାଭୟ ଦେଇ ଆମ୍ଭଙ୍କୁ
ପ୍ରଭୁ ହୁଅ ସଦୟ ।
ଗିରିଜା ନନ୍ଦନ ପ୍ରଭୁ ହେ
ତୁମ୍ଭେ ଶୁଭ ଦାୟକ
ଅଗ୍ର ପୂଜ୍ୟ ଭାବେ ପୂଜିତ
ତୁମ୍ଭେ ହେ ବିନାୟକ ।
ସର୍ବ ଦେବଗଣେ ସାର ହେ
ପ୍ରଭୁ ଗଣାଧିପତି
ସକଳ ଦେବତା ସ୍ମରନ୍ତି
ପ୍ରାତଃ କାଳରେ ନିତି ।
ଦିଅ ବିଦ୍ୟା ବୁଦ୍ଧି ଆମ୍ଭଙ୍କୁ
ଆମ୍ଭେ ମୁଢ଼ ଅଜ୍ଞାନ
ଜୀବନ ହୋଇବ ସାର୍ଥକ
ପାଇଲେ ଦିବ୍ୟ ଜ୍ଞାନ ।
ଶୁଣ ଗଜାନନ ଗୁହାରି
ଆମ୍ଭେ ଅଧମ ଜନ
ସର୍ବ କାର୍ଯ୍ୟେ ସିଦ୍ଧି ହୁଅନ୍ତୁ
ପାଦେ କରୁ ଜଣାଣ ।
ଚିତ୍ରକୋଣ୍ଡା, ମାଲକାନଗିରି