ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛିଲିପା ରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

ଧର୍ମଗଡ:୨୩/୧୧/୨୨:  ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲିପା ଠାରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ସଭାପତିତ୍ଵ ରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ ମିଶ୍ର, ବିଡ଼ିଓ ଶରତ କୁମାର ସେଠୀ,ଧର୍ମଗଡ ଉପ ନଗର ପାଳ ମନିଷା ମିଶ୍ର, ଆର୍ଟ ଅଫ ଲିଭିଙ୍ଗ ରୁ ଭୋଳନାଥ ଜେନା, ନାଏବ ସରପଞ୍ଚ ଲିଲି ସାଗର, ବଡ ବସୁଲ ସରପଞ୍ଚ ମକୁନ୍ଦ ଶବର, ବିବେକ ରଂଜନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ମହିଳା ମାନଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇ ସ୍ବାବଲମ୍ବୀ କରିବା ସହ ଆର୍ଥିକ ଅଭିବୃଦ୍ଧି ରେ ଏହି ତାଲିମ କେନ୍ଦ୍ର ବେଶ୍ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ରେ ୬ ଗୋଟି ସିଲେଇ ମେସିନ୍ ଦ୍ଵାରା ତାଲିମ ପ୍ରଦାନ କରାଯିବ । ମାଷ୍ଟର ଟ୍ରେନର ଭାବେ ସୁବ୍ରତ ସା ରହିଥିବା ବେଳେ ୩୭ ଜଣ ମହିଳା ଏଥିରେ ଦଖିଲା ନେଇଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ- ରଥ ପଥ ଭକ୍ତ ଏକାକାର 

ନବ ନିର୍ବାଚିତ ସରପଞ୍ଚଙ୍କ ଶୋଭାଯାତ୍ରା

Sunil Chandra Nayak

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!