ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମନ୍ଦିରରେ ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

ମୟୂରଭଞ୍ଜ -୨୦/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଧରମଗଳିସ୍ଥିତ ସତ୍ୟନାରାୟଣ ପଞ୍ଚାୟତ ମନ୍ଦିରରେ ଶନିବାର ଦିନ ଧୁମଧାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି ।ପ୍ରବଳ ବର୍ଷା ବିତ୍ପାତ ସତ୍ବେ ଶ୍ରଦ୍ଧାଳୁବୃନ୍ଦ ଭୃକ୍ଷେପ ନ କରି ନିଜର ସବୁରି ପ୍ରିୟ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରିବାକୁ ବହୁ ସଂଖ୍ୟାରେ ଛୁଟି ଆସିଥିଲେ । ସୁସଜ୍ଜିତ ଝୁଲଣାରେ ପ୍ରଭୁଙ୍କୁ ଝୁଲାଇଥିଲେ । ପ୍ରସିଦ୍ଧ ରାଧାକୃଷ୍ଣ ଭଜନ ମଣ୍ଡଳୀ କମିଟି ତରଫରୁ କମିଟି ତରଫରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକମ୍ପିତ ହୋଇଥିଲା ଅଂଚଳ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜାର୍ଚ୍ଚନା,ଭଜନ ସମାରୋହ ହୋଇଥିଲା । ମୁଖ୍ୟ ପୂଜକ ସାଁଓ୍ବାରମଲ ଶାସ୍ତ୍ରଜୀ,ଦୀନେଶ ଶର୍ମା ପୂଜାର୍ଚ୍ଚନା କରିଥିଲେ । ମାନସିକ ନାରୀ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ପାଖରେ ନିଜର,ପରିବାରର ଓ ସମାଜର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ପରେ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ସମଗ୍ର ରାଇରଙ୍ଗପୁର ବଜାର କୃଷ୍ନରସମୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମକୁ କମିଟିର ସଭାପତି ବିଶ୍ବନାଥ ଅଗ୍ରୱାଲ,ପାର୍କ ରଂଜନ ଚାନ୍ଦଗୋଟିଆ, କୋଷାଧ୍ୟକ୍ଷ ଜେ ପି ବାଗାଡିଆ,ବବଲୁ ଚାନ୍ଦଗୋଟିଆ,ମନୋଜ ଢଣଢଣିଆ ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

ବ୍ରହ୍ମାକୁମାରୀ ଗୀତା ପାଠ ଶାଳାରେ ପବିତ୍ର ରାକ୍ଷୀ ବନ୍ଧନ ପାଳିତ

Sunil Chandra Nayak

Leave a Comment

error: Content is protected !!