ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛୁରୀ ମାଡରେ ଜଣେ ଆହତ

ଡାବୁଗାଁ, ୨୧/୮ ଶନିବାର ରାତ୍ରିରେ ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ବସ ଷ୍ଟାଣ୍ଡ ନିକଟରେ ଛୁରା ମାଡରେ ଜଣେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ:- ଶନିବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବସ ଷ୍ଟାଣ୍ଡ ନିକଟରେ ପ୍ରେମ ଗୁପ୍ତା ନିଜ ଦୋକାନରେ ଥିଲେ । ଏଥି ସମୟରେ ଦୁଇଜଣ ଯୁବକ ଦୋକାନ ଭିତରକୁ ପଶିଗଲେ । ଶୁକ୍ରବାର ଅପରାହ୍ନରେ ସେହି ଦୁଇ ଜଣ ପ୍ରେମ ଓ ତାଙ୍କ ପୁଅ କାହ୍ନା ସହ ଗଣ୍ଡଗୋକ କରି ମୁହଁରେ ଖଣ୍ଡିଆ କରିଦେଇଥିଲେ । ଗଣ୍ଡଗୋଳ କରିଥିବା ନେଇ ପ୍ରେମ ଡାବୁଗାଁ ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ । ଅପରାହ୍ନରେ ଗଣ୍ଡଗୋଳ କରି ପୁନ୍ନର୍ବାର ରାତ୍ରରେ ଦୋକାନରେ ପଶିବାକୁ ବାରଣ କରିବାରୁ ପ୍ରେମଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଖବରପାଇ ଡାବୁଗାଁ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ ଓ ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣକ ଫେରାର ଥିବା ଜଣାପଡିଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ଦାବି ସତ୍ବେ ନିଜସ୍ଵ ଗୃହ କେବେ?

Sunil Chandra Nayak

ରେଣୁ ମାଝୀଙ୍କୁ ନ୍ୟାୟ – ଆମ ଆଦମୀ ପାର୍ଟିର ଗଣଧାରଣା ୨୧ ଦିନରେ ପହଞ୍ଚିଲା

Sunil Chandra Nayak

Leave a Comment

error: Content is protected !!