ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛୁରୀ ମାଡରେ ଜଣେ ଆହତ

ଡାବୁଗାଁ, ୨୧/୮ ଶନିବାର ରାତ୍ରିରେ ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ବସ ଷ୍ଟାଣ୍ଡ ନିକଟରେ ଛୁରା ମାଡରେ ଜଣେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ:- ଶନିବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବସ ଷ୍ଟାଣ୍ଡ ନିକଟରେ ପ୍ରେମ ଗୁପ୍ତା ନିଜ ଦୋକାନରେ ଥିଲେ । ଏଥି ସମୟରେ ଦୁଇଜଣ ଯୁବକ ଦୋକାନ ଭିତରକୁ ପଶିଗଲେ । ଶୁକ୍ରବାର ଅପରାହ୍ନରେ ସେହି ଦୁଇ ଜଣ ପ୍ରେମ ଓ ତାଙ୍କ ପୁଅ କାହ୍ନା ସହ ଗଣ୍ଡଗୋକ କରି ମୁହଁରେ ଖଣ୍ଡିଆ କରିଦେଇଥିଲେ । ଗଣ୍ଡଗୋଳ କରିଥିବା ନେଇ ପ୍ରେମ ଡାବୁଗାଁ ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ । ଅପରାହ୍ନରେ ଗଣ୍ଡଗୋଳ କରି ପୁନ୍ନର୍ବାର ରାତ୍ରରେ ଦୋକାନରେ ପଶିବାକୁ ବାରଣ କରିବାରୁ ପ୍ରେମଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଖବରପାଇ ଡାବୁଗାଁ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ ଓ ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣକ ଫେରାର ଥିବା ଜଣାପଡିଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

Sunil Chandra Nayak

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

Sunil Chandra Nayak

Leave a Comment

error: Content is protected !!