ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାମୋହନ ଙ୍କର ପୁସ୍ତକ ଶେଷପୃଷ୍ଠା ରାଜ୍ୟପାଳ ଦ୍ୱାରା ଉନ୍ମୋଚିତ

ସ୍ଥାୟୀ ପଟ୍ଟା ନିମନ୍ତେ ମୁଖ୍ୟ ଶାସନ ସଚିବ ଙ୍କ ନିକଟରେ ଦାବୀ

ଫୁଲବାଣୀ -: କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରାଧା ମୋହନ ମହାପାତ୍ର ଆଜି ଯୁବ କବି ଭାବରେ ଓଡ଼ିଶା ରାଜ୍ୟର ଘରେ ଘରେ ପରିଚିତ । ତାଙ୍କ କଲମରୁ ନିସୃତ ସାମାଜ ଧର୍ମୀ ନୀତିବାଣୀ କବିତା ପୁସ୍ତକ ଶେଷ ପୃଷ୍ଠା ଲୋକ ଆଦୃତ ହୋଇପାରିଛି। ସେହି ଶେଷ ପୃଷ୍ଠା କବିତା ପୁସ୍ତକ ଓଡ଼ିଶା ରାଜ ଭବନରେ ମହାମହିମ ମାନ୍ୟବର ରାଜ୍ୟପାଳ ଭୁବନେଶ୍ୱର ଓଡ଼ିଶା ଶ୍ରୀଯୁକ୍ତ ଗଣେଶି ଲାଲ ନିଜ କରକମଳ ରେ ଉନ୍ମୋଚନ କରିଛନ୍ତି। ରାଧା ମୋହନ ମହାପାତ୍ର ଜଣେ ଯୁବ ସମାଜସେବୀ ପରୋପକାରୀ ଦରଦୀ ମଣିଷ ଟିଏ।ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ, ଦକ୍ଷ ସଙ୍ଗଠକ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ପରିଚିତ। ନିଜେ କନ୍ଧମାଳ ପିପୁଲସ ଫୋରମ କେ ପି ଏଫ ସ୍ବେଚ୍ଛାସେବୀ ସଙ୍ଗଠନ ଗଠନ କରି କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଥବା ମଣିଷ । ସେ କେତେବେଳେ କନ୍ଧମାଳ ଜିଲ୍ଲା କୁ ଆଜି ପର୍ଯ୍ୟନ୍ତ ରେଳ ଆସି ନାହିଁ ସେହି ସମସ୍ୟା ଦୂର ହେଲେ ଲୋକେ ବାଣିଜ୍ୟ ବ୍ୟବସାୟ କରି ଲୋକ ଙ୍କର ଆର୍ଥିକ ଅବସ୍ଥା ରେ ସୁଧାର ଆସିବ ସେଥିପାଇଁ ବାରମ୍ବାର କେ ପି ଏଫ ମାଧ୍ୟମରେ ଆନ୍ଦୋଳନ କରିଥାନ୍ତି ତୋ କେତେ ବେଳେ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ମେଡ଼ିକାଲ କଲେଜ ସ୍ଥାପନ କରିବା ନିମନ୍ତେ ଆନ୍ଦୋଳନ କରିବା ନଜିର ରହିଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଓ ଅନ୍ୟାନ୍ୟ ଅଞ୍ଚଳ ବାସୀ ଙ୍କର ଗମାନା ଗମନ ପାଇଁ ରାସ୍ତା ଘାଟ ନିର୍ମାଣ ନିମନ୍ତେ ଦାବି କରି ଆନ୍ଦୋଳନ ଜନସାଧାରଣ ସୁ ପାନୀୟ ଜଳ ପାଇବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଫୁଲବାଣୀ ବ୍ଲକ ଅନ୍ତର୍ଗତ ନୂଆରିପଦର ବ୍ରିଜ ନିର୍ମାଣ ପାଇଁ ସମାଜସେବୀ ରାଧା ମୋହନ ଅଞ୍ଚଳ ବାସୀ ଙ୍କୁ ନେଇ ଆନ୍ଦୋଳନ କରି ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଦାବୀ ପୂରଣ କରି ବିଜୁ ସେତୁ ଯୋଜନା ମାଧ୍ୟମରେ ଅର୍ଥ ମଞ୍ଜୁର କରିଛନ୍ତି। ତାଙ୍କର ଉଦ୍ୟମ ବଳରେ ଅଞ୍ଚଳ ବାସୀ ଯାତାୟାତ ପାଇଁ ସେହି ସୁବିଧା ପାଇଛନ୍ତି। କନ୍ଧମାଳ ଜିଲ୍ଲା କୁ ରେଳ ଲାଇନ ଆସିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିବା ବେଳେ ଜିଲ୍ଲା ସଦର ମହକୁମା ଵୟିନିକା ନିକଟରେ ପ୍ରଧାନମନ୍ତ୍ରୀ ଙ୍କର ଅବଗତ ନିମନ୍ତେ ଦସ୍ତଖତ ଅଭିଯାନ ଏବଂ ପୋଷ୍ଟ କାର୍ଡ ଅଭିଯାନ କରିଥିଲେ। ତତ ସହିତ ଫୁଲବାଣୀ ସହର ବାସୀ ଙ୍କୁ ସ୍ଥାୟୀ ପଟା ପ୍ରଦାନ ନିମନ୍ତେ ଆନ୍ଦୋଳନ ଆଜି ପର୍ଯ୍ୟନ୍ତ କରି ଆସୁଛନ୍ତି। ଜିଲ୍ଲା ସାମୁହିକ ବିକାଶ ନିମନ୍ତେ ପ୍ରଚେଷ୍ଟା ଚଳାଇଥିବା ସରଳ ହୃଦୟ ର ବ୍ୟକ୍ତି ହେଉଛନ୍ତି ରାଧା ମୋହନ। ରାଧା ମୋହନ ମହାପାତ୍ର ଯୁବ ପିଢ଼ି କବି ଭାବେ ପ୍ରଥମେ ଏହି ପୁସ୍ତକ ଲେଖିଛନ୍ତି।ତାଙ୍କର ଲିଖିତ କବିତା ପୁସ୍ତକ ଶେଷ ପୃଷ୍ଠା ଆଜିର ସମାଜ ଓ ଯୁବପିଢ଼ି ଙ୍କ ନିକଟରେ ଆଦୃତି ଲାଭ କରିପାରିବ ବୋଲି ମହା ମହିମ ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। ଯୁବ ପିଢ଼ି ଲେଖକ ମାନଙ୍କୁ ଶ୍ରୀ ମହାପାତ୍ର ଙ୍କର ପ୍ରଚେଷ୍ଟା ପ୍ରେରଣା ଯୋଗାଇବ ବୋଲି କହିବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଫୁଲବାଣୀ ସହର ବାସୀ ଦୀର୍ଘ ବର୍ଷ ଧରି ହଜାର ହଜାର ପରିବାର ବସବାସ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଘରବାରି ପଟା ପାଇ ନାହାନ୍ତି।ଯାହା ଫଳରେ ସ୍ଥାୟୀ ପ୍ରମାଣ ପତ୍ର ପାଇବା ରେ ବହୁ ଅସୁବିଧା ହେଉଛି। ବହୁ ଦିନର ଫୁଲବାଣୀ ର ଏହି ସମସ୍ୟା ର ସମାଧାନ ନିମନ୍ତେ କନ୍ଧମାଳ ପିପୁଲସ ଫୋରମ ର ସଭାପତି ରାଧା ମୋହନ ମହାପାତ୍ର ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ଙ୍କ ସହ ଲୋକସେବା ଭବନ ଭୁବନେଶ୍ୱର ଠାରେ ଭେଟି ଫୁଲବାଣୀ ସହରବାସୀ ଙ୍କୁ ଘରବାରି ପଟା ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବ ଙ୍କ ଠାରେ ଦାବୀ କରିଥିବା ବେଳେ କନ୍ଧମାଳ ଜିଲ୍ଲା ର ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମହାପାତ୍ର ରାଜସ୍ୱ ବିଭାଗ ସଚିବ ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ନିମନ୍ତେ ଚେଷ୍ଟା କରାଯିବ ବୋଲି ଆଶାଶ୍ଵନା ଦେଇଛନ୍ତି। ଏହି ସମସ୍ୟା ର ସମାଧାନ ହେଲେ ଫୁଲବାଣୀ ସହର ର ହଜାର ହଜାର ପରିବାର ଉପକୃତ ହେବେ ବୋଲି ରାଧା ମୋହନ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ସସ୍ମିତେଶ ସାହୁ ଙ୍କ କବିତା ଦୁବ ଘାସ

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!