ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡ଼ ଧୋଇ ଗଲା… ଧର୍ମଗଡ଼ କୁ ଯୋଗାଯୋଗ ବିଚ୍ଛିନ୍ନ….

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓ ଧର୍ମଗଡ଼ ଜାତୀୟ ରାଜପଥ ୧୩୦ସି ମୁଖ୍ୟ ରାସ୍ତା ରେ ଥିବା ହାଲେର ନାଲା ରେ ନିର୍ମାଣଧୀନ ଆପ୍ରୋଚ ରୋଡ଼ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡିବାରୁ ସଡକ ଯାତାୟାତ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ହାଲେର ନାଲା ଉପରେ ସୁଉଚ୍ଚ ପୋଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଥିବା ବେଳେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇ ଆଜି ଆପ୍ରୋଚ ରୋଡ଼ ଭୁଶୁଡ଼ି ପଡିଛି।
କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଧର୍ମଗଡ଼ର ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଏହି ରାସ୍ତା ସଂଯୋଗ କରୁଛି।
ସଂପ୍ରତି ଏହି ଜାତୀୟ ରାଜପଥ ର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ନାଲା ଉପରେ ସୁଉଚ୍ଚ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

କବିତା – ତୁମେ ହିଁ ମୋ ଭରଷା

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା /ଲାଜେଇ ପ୍ରିୟତମା

Sunil Chandra Nayak

Leave a Comment

error: Content is protected !!