ପ୍ରଗାଢ ପ୍ରେମ
ଜୀବନର ପ୍ରତି ମୁହୂର୍ତ୍ତରେ
ଶୁଣୁଥିବା ସେଇ ମଧୁର ମୁର୍ଚ୍ଛନା
ହୃଦୟରେ ଅରୁଣରିତ ହୁଏ
ଯାହା ପ୍ରଗାଢ ପ୍ରେମର ଅନୁଭବର ସତ୍ତା
ବ୍ୟାପିଯାଏ ମନର ସବୁ ଧମନିରେ
ଭରିଦିଏ ଅସୁମାରି ଆଶା
କ୍ଷଣେ କ୍ଷଣେ ଖେଳାଏ ଶିହରିତ
ଦୁଇଟି ଆତ୍ମାକୁ ପ୍ରେମର ଆକର୍ଷଣରେ
ଯେତେ ଦୂରେ ଥାଉ ନା କାହିଁକି
ଆତ୍ମାର ନିବିଡ ସାନିଧ୍ୟ ଅନୁଭବ କରି ହୁଏ
ପ୍ରତ୍ୟକଟି ଅନୁଭବ ଅନନ୍ୟ ସ୍ବତନ୍ତ୍ର
କଳ୍ପନାର ନାହିଁ ତାର ସୀମା।।
ଜୀବନ ବିସ୍ତିର୍ଣ୍ଣ ପ୍ରାନ୍ତରେ
ଦୂର ଚକ୍ରାବଳୟର
ଶୀତଳ ଜ୍ୟୋସ୍ନା ଭିଜା ନିଶିରେ
ସ୍ବଚ୍ଛ ଜହ୍ନ ରାତିରେ
ମଧୁ ମାଳତିର ଭୁରୁ ଭୁରୁ ବାସ୍ନାରେ
ଏଇ ମନ ପ୍ରେମ ଚାହାଣିରେ
ନିସ୍ତବ୍ଧତାର ମୁଖରିତ ହୁଏ
ପ୍ରେମ ଏକ ମିଠା ଅନୁଭବ
ଏକ ମିଠା ଆକର୍ଷଣ
ଏକ ମଧୁର ଯନ୍ତ୍ରଣା
ଏକ ଅଭିନବ ଅନୁଭବ
ଆତ୍ମାର ସଂଯୋଗ ଆକସ୍ମିକ ଯୋଡି ହୁଏ
ଉପସ୍ଥିତି ହେଉ ଅବା ଅନୁପସ୍ଥିତ
ପ୍ରତି ମୁହୂର୍ତ୍ତରେ ହୃଦୟ ଅନୁଭବ କରିଥାଏ।।
ପ୍ରେମର ଗଭିରତା ମାପିବାକୁ ହେଲେ
ପ୍ରେମ ଫରୁଆକୁ ନିଶ୍ଚିତ ରୁପେ
ସ୍ପର୍ଶ କରିବାକୁ ପଡେ
ପ୍ରେମ ଶ୍ଵାଶତ ଚିରନ୍ତନ ସୁନ୍ଦର ପିୟୁଷ।
ପ୍ରେମ ନୃଣ୍ମୟୀ ପ୍ରତିମାର ପରିକଳ୍ପନା
ଅଫୁରନ୍ତ ପ୍ରାଣ ପ୍ରାଚୁର୍ଯ୍ୟ ବିଭିଷିକା
ଦୁଇଟି ଆତ୍ମାର ମିଳନର ପରିଭାଷା
ଯେଉଁଠି ରହେ ନାହିଁ ସ୍ବର୍ଥର ଚିହ୍ନ
ଥାଏ ଶାନ୍ତି ଭକ୍ତି ଶକ୍ତି ଓ ବିଶ୍ଵାସ ନିୟତା।।