ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପ୍ରୀତି ପରାଗ

   ପ୍ରୀତି ପରାଗ

ହେ! ବିରହ ତୁମେ ରାଗିଣୀ ତୋଳନା

   ବସନ୍ତର ଦାବାନଳେ

ହେ!ମିଳନ ତୁମ ପ୍ରତୀକ୍ଷାରେ ମୋର

   ଆଶା ହଜେ ଚକ୍ରବାଳେ ।

ହେ! କାମନା ତୁମେ ହୁଅ ଆନ ମନା

    ସପନ ଦ୍ୱୀପରେ ଥାଇ

ମଙ୍ଗନମୋହରେ ଅଙ୍ଗନେ ମୋର

      ଜୁଆରିଆ ପ୍ରୀତି ନଈ ।

ପହିଲି ପ୍ରେମର ଉଷୁମ ପରଶ

     ସ୍ପନ୍ଦନ ଯାଏ ବଢି

ଫୁଟନ୍ତା ଫୁଲର ପ୍ରୀତିପରାଗକୁ

     ମୋ ଦେହେ ଦିଅନି ଝାଡି।

ତୁମ ବେଦନାର ଅଶ୍ରୁଳ ଗଣ୍ଡରେ

   ଅବଗୁଣ୍ଠନଟି ଦିଅ

ମୁଁ ହେବି ତୁମର ଶେଷ ଉତ୍ତ ରୀୟ

   ଲୁଚାଇ ବି ତୁମମୁଁହ ।

କୋଟିଏ ସ୍ୱପ୍ନର ଗୋଟିଏ ପ୍ରିୟା ମୋ

     ଅସରା ରାତିର ତାତି

କଅଁଳେଇ କାନେ କହିବି ଗୋପନେ

    ଭଲ ପାଇଛି ମୁଁ ଅତି ।

 

 କାଙ୍ଗାଳୀ ଚରଣ ସେଠୀ

ଯାଜପୁର

 

Related posts

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

Sunil Chandra Nayak

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

Sunil Chandra Nayak

ରାଇରଙ୍ଗପୁର ଉପକାରାଗାରରେ ଆର୍ଟ ଅଫ୍ ଲିଭିଂ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!