ପ୍ରୀତି ପରାଗ
ହେ! ବିରହ ତୁମେ ରାଗିଣୀ ତୋଳନା
ବସନ୍ତର ଦାବାନଳେ
ହେ!ମିଳନ ତୁମ ପ୍ରତୀକ୍ଷାରେ ମୋର
ଆଶା ହଜେ ଚକ୍ରବାଳେ ।
ହେ! କାମନା ତୁମେ ହୁଅ ଆନ ମନା
ସପନ ଦ୍ୱୀପରେ ଥାଇ
ମଙ୍ଗନମୋହରେ ଅଙ୍ଗନେ ମୋର
ଜୁଆରିଆ ପ୍ରୀତି ନଈ ।
ପହିଲି ପ୍ରେମର ଉଷୁମ ପରଶ
ସ୍ପନ୍ଦନ ଯାଏ ବଢି
ଫୁଟନ୍ତା ଫୁଲର ପ୍ରୀତିପରାଗକୁ
ମୋ ଦେହେ ଦିଅନି ଝାଡି।
ତୁମ ବେଦନାର ଅଶ୍ରୁଳ ଗଣ୍ଡରେ
ଅବଗୁଣ୍ଠନଟି ଦିଅ
ମୁଁ ହେବି ତୁମର ଶେଷ ଉତ୍ତ ରୀୟ
ଲୁଚାଇ ବି ତୁମମୁଁହ ।
କୋଟିଏ ସ୍ୱପ୍ନର ଗୋଟିଏ ପ୍ରିୟା ମୋ
ଅସରା ରାତିର ତାତି
କଅଁଳେଇ କାନେ କହିବି ଗୋପନେ
ଭଲ ପାଇଛି ମୁଁ ଅତି ।
କାଙ୍ଗାଳୀ ଚରଣ ସେଠୀ
ଯାଜପୁର