ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ସ୍ପର୍ଶ

         ସ୍ପର୍ଶ

ଅନିଳ ବିତାଡିତ ଅଭ୍ର ଅଚଳ

      ଚୂଡା ଯେବେ ସ୍ପର୍ଶ କରେ

ରିମି ଝିମି ସୁରେ ବିନ୍ଦୁ ବିନ୍ଦୁ ବର୍ଷା 

     ଧାରା ଧରା ପରେ ଝରେ।

 

ଆଃ, କି ଅମିୟ ସ୍ପର୍ଶ ଧରା ରାଣୀ

     ଉଲ୍ଲସିତା ଉତ୍ଫୁଲ୍ଲିତା

ପ୍ରିୟତମ ନିବିଡ ସାନ୍ନିଧ୍ୟ ଲଭି

    ମହାନନ୍ଦେ ସେ ଉସତା।

 

ଆନ କାହା ପ୍ରେମେ ଭୁଲିନି ସମ୍ଭ୍ରମ

     ହୋଇନି କେବେ ଅଧୀରା

ଅମ୍ବର ଅବନୀ ପ୍ରେମ କାଳଜୟୀ

   ସେ ପ୍ରେମେ ପୀୟୁଷ ଭରା।

 

ଆସୁ ଯେତେ ଝଡଝଞ୍ଜା କଦାଚିତ୍

    ହୁଏନାହିଁ ଭୟଭୀତା

ନିରୁତା ନିଆରା ପ୍ରେମେ ଭିଜିଯାଏ

     ଦିଏ ସୁଧାଝରା ବାର୍ତ୍ତା।

 

ହେ ମୋସନ୍ତାନ ମାନବଗଣ ପ୍ରେମେ

    ଭରନାହିଁ ଆବିଳତା

ଯୁଗଯୁଗର ଜୀବନସାଥି ଜଣେ

    ପ୍ରାଣେ ଭରେ ସରସତା।

 

ପ୍ରେମ ହିଁ ଶାଶ୍ୱତ ଚିର ଉଦ୍ଭାସିତ

    ସଂସାର ମଙ୍ଗଳକାରୀ

ଦୈହିକ ଆକର୍ଷଣେ ସଚ୍ଚା ପ୍ରେମୀଟି

     ହୁଏନାହିଁ କେବେ ଘାରି।

ମମତା ଶତପଥୀ

ଗ୍ରନ୍ଥାଗାର ଅଧୀକ୍ଷକା
ଡେରାବିଶ୍ ମହାବିଦ୍ୟାଳୟ
କେନ୍ଦ୍ରାପଡା

Related posts

କବି ରାମ ଚନ୍ଦ୍ର ମହାନ୍ତି ଙ୍କ କବିତା – ଭକ୍ତର ବାନ୍ଧବ ବୋଲି

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

Leave a Comment

error: Content is protected !!