ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ସ୍ପର୍ଶ

         ସ୍ପର୍ଶ

ଅନିଳ ବିତାଡିତ ଅଭ୍ର ଅଚଳ

      ଚୂଡା ଯେବେ ସ୍ପର୍ଶ କରେ

ରିମି ଝିମି ସୁରେ ବିନ୍ଦୁ ବିନ୍ଦୁ ବର୍ଷା 

     ଧାରା ଧରା ପରେ ଝରେ।

 

ଆଃ, କି ଅମିୟ ସ୍ପର୍ଶ ଧରା ରାଣୀ

     ଉଲ୍ଲସିତା ଉତ୍ଫୁଲ୍ଲିତା

ପ୍ରିୟତମ ନିବିଡ ସାନ୍ନିଧ୍ୟ ଲଭି

    ମହାନନ୍ଦେ ସେ ଉସତା।

 

ଆନ କାହା ପ୍ରେମେ ଭୁଲିନି ସମ୍ଭ୍ରମ

     ହୋଇନି କେବେ ଅଧୀରା

ଅମ୍ବର ଅବନୀ ପ୍ରେମ କାଳଜୟୀ

   ସେ ପ୍ରେମେ ପୀୟୁଷ ଭରା।

 

ଆସୁ ଯେତେ ଝଡଝଞ୍ଜା କଦାଚିତ୍

    ହୁଏନାହିଁ ଭୟଭୀତା

ନିରୁତା ନିଆରା ପ୍ରେମେ ଭିଜିଯାଏ

     ଦିଏ ସୁଧାଝରା ବାର୍ତ୍ତା।

 

ହେ ମୋସନ୍ତାନ ମାନବଗଣ ପ୍ରେମେ

    ଭରନାହିଁ ଆବିଳତା

ଯୁଗଯୁଗର ଜୀବନସାଥି ଜଣେ

    ପ୍ରାଣେ ଭରେ ସରସତା।

 

ପ୍ରେମ ହିଁ ଶାଶ୍ୱତ ଚିର ଉଦ୍ଭାସିତ

    ସଂସାର ମଙ୍ଗଳକାରୀ

ଦୈହିକ ଆକର୍ଷଣେ ସଚ୍ଚା ପ୍ରେମୀଟି

     ହୁଏନାହିଁ କେବେ ଘାରି।

ମମତା ଶତପଥୀ

ଗ୍ରନ୍ଥାଗାର ଅଧୀକ୍ଷକା
ଡେରାବିଶ୍ ମହାବିଦ୍ୟାଳୟ
କେନ୍ଦ୍ରାପଡା

Related posts

ବଙ୍ଗୋମୁଣ୍ଡା ଗ୍ରାମରେ ଜହ୍ନି ଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶିକ୍ଷକ ବାସୁଦେବଙ୍କ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ 

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

Sunil Chandra Nayak

Leave a Comment

error: Content is protected !!