ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ

ମହା ସପ୍ତମୀ ଦିନ ମା ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି। ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ ଥିଲା। ଚଳିତ ବର୍ଷ କଟକଣା ଉଠିଯିବା ପରେ ଏଠାରେ ବହୁତ ଆଡ଼ମ୍ବର ଭାବେ ନବରାତ୍ର ଉତ୍ସବ ପାଳନ କରାଯାଉଛି। ପ୍ରଥମ ଦିନରେ ଭବ୍ୟ କଳସ ଯାତ୍ରା, କଳସ ସ୍ଥାପନ ଓ ଧ୍ୱଜା ରୋହଣ ପରେ ଦେବୀଙ୍କର ବୈଦିକ ପୂଜା ଓ ଅଭିଷେକ ହୋଇଥିଲା। ପ୍ରତ୍ୟହ ଧ୍ଵଜା ରୋହଣ ପରେ ସକାଳୁ ଅଭିଷେକ, ଚଣ୍ଡିପାଠ,ସନ୍ଧ୍ୟାରେ ଆଳତି ରୀତି ନୀତିରେ ଅନୁଷ୍ଠିତ ହେଉଛି। ଦୁଇବର୍ଷ ପରେ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବାରୁ ମାଁ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଜମୁଛି। ମୁଖ୍ୟ ପୂଜକ ପଣ୍ଡିତ ଶାନ୍ତେଶ୍ୱର୍ ତିୱାରୀ ଓ ପଣ୍ଡିତ ଶିବାନନ୍ଦ ତିୱାରୀ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବିବେକ ବେହେରା, ସରୋଜ ପଣ୍ଡା ସପତ୍ନିକ କର୍ତ୍ତା ଅଛନ୍ତି। ଆସନ୍ତା ୪ ତାରିଖ ଦିନ ଏଠାରେ ସଂକଳ୍ପ ନେଇଥିବା ୧୨୦ ଯୋଡା ବ୍ରତୀ କନ୍ୟା ପୂଜନ ସହିତ ପୂର୍ଣ୍ଣାହୁତି ଚଣ୍ଡୀପାଠ ରେ ସାମିଲ ହେବେ। ଆସନ୍ତା ୫ ତାରିଖ ବିଜୟା ଦଶମୀ ରେ ଏଠାରେ ସ୍ବତନ୍ତ୍ର ଭାବରେ ମାଁ ବିଜୟା ପୂଜନ, ମାଁ ଅପରାଜିତା ପୂଜନ ଏଵଂ ସମି ପୂଜନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଏହାବ୍ୟତୀତ ମହା ସପ୍ତମୀ ଦିନ ମାଁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡିଗ୍ରୀ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଡସ ସଚେତନତା ଦିବସ ପାଳନ

Sunil Chandra Nayak

ଖଡ଼ିଆଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କଳାକାର

Sunil Chandra Nayak

Leave a Comment

error: Content is protected !!