ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଖାତା ଦେଖା ଆରମ୍ଭ

 ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା…

ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ।ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଜୁନ ୧୩ରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପ୍ରାୟ ସମସ୍ତ ବିଷୟର ଖାତାଦେଖା ହେବାକୁ ଥିବା ବେଳେ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ହେବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅବଶିଷ୍ଟ ବିଷୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଖାତାଦେଖା ହେବ । ଅଫଲାଇନ ଓ ଅନଲାଇନରେ ମୂଲ୍ୟାୟନ ହେବାକୁ ଥିବା ବେଳେ ଅଫଲାଇନ ପାଇଁ ୬୪ଟି କେନ୍ଦ୍ର ଏବଂ ଅନଲାଇନ ପାଇଁ ୩୭ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି । ଜୁଲାଇରେ ଫଳ ପ୍ରକାଶ ପାଇଁ ସିଏଚଏସଇ ଲକ୍ଷ୍ୟ ରଖିଛି ।

ସେପଟେ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆଜି ସରିବ । ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକର୍‌ଙ୍କ ଦ୍ବାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍‌ଲୋଡ୍ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ବାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ ‌ବୋଲି ସୂଚନା ମିଳିଛି । ରାଜ୍ୟ ମଧ୍ୟରେ ସବ୍‌ଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବ୍‌ଜେକ୍ଟିଭ୍ ଖାତା ମୂଲ୍ୟାୟନ ଚାଲିଛି। ତାହା ମଧ୍ୟ ସରିଯାଇଥିବା ଜଣାପଡ଼ିଛି ।

ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ । ଜୁନ୍‌ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ କରିବାକୁ ‌ବୋର୍ଡ ପକ୍ଷରୁ ଯୋଜନା‌ ଚାଲିଥିବା ବେଳେ ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୟୂରଭଂଜ – ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ  ଉଠିଲା ଦାବି

ନନ୍ଦଘର ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

Sunil Chandra Nayak

Leave a Comment

error: Content is protected !!