ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯବାନଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼,୩/୪(ନି.ପ୍ର) ଜୁନାଗଡ଼ ସହରରେ ଯବାନଙ୍କୁ ଅବସରକାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପଞ୍ଜାବ ପାତୀୟାଲା ଠାରେ ରେଜିମେଣ୍ଟ ରୁ ଜୁନାଗଡ଼ ସହରର ରଶ୍ମିରଞ୍ଜନ ନାଏକ ନିଜ କାର୍ଯ୍ୟରୁ ଅବସର ନେଇ ନିଜ ଜନ୍ମମାଟି ଜୁନାଗଡ଼କୁ ଫେରିଛନ୍ତି। ସେ ସହରରେ ପହଂଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ବିଭିନ୍ନ ଲୋକବାଦ୍ୟ ର ତାଳେତାଳେ ସହର ପରିକ୍ରମା କରି ଲଷ୍ମୀ ସାଗର ପଡ଼ା ବାସଭବନ ପର୍ଯନ୍ତ ଯାଇଥିଲେ।ରଶ୍ମିରଞ୍ଜନ ଭାରତୀୟ ସୁରକ୍ଷା ବଳରେ ୨୦୦୫ ମସିହାରେ ଯୋଗଦାନ କରିଥିଲେ। ସେ ବିଭିନ୍ନ ସ୍ଥାନରେ ନିଜ ଦାୟିତ୍ୱ ତୁଲାଇଛନ୍ତି। ସେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ ନାଏକ ଓ ମାତା ଜାନକୀଙ୍କ ସୁପୁତ୍ର ଅଟନ୍ତି।ସେ ଜୁନାଗଡ଼ ବ୍ଲକ ଚକୁଳିର ମୂଳବାସିନ୍ଦା ଅଟନ୍ତି। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଧର୍ମଗଡ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ହେଲେ ସୁସ୍ମିତା

Sunil Chandra Nayak

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!