ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଭାବିତ ଅଞ୍ଚଳ ର ବିକାଶ କର ନଚେତ୍ କମ୍ପାନୀ ବନ୍ଦ୍ କରାଯିବ – ଭକ୍ତ ଦାସ

ଉତ୍କଳ ଆଲୁମିନା ଦ୍ଵାରା ପ୍ରଭାବିତ ଅଞ୍ଚଳ ବାସୀ ଓ କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ଓ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଘେରାଓ

ଭବାନୀପାଟଣା :୧୩/୧୨ – (ମ.ନି.ସ) :- ରାଜ୍ଯ ସରକାର ଏବଂ ଉତ୍କଳ ଆଲୁମିନା କମ୍ପାନୀ ଦ୍ବାରା ବଫଲାମାଳୀ ପ୍ରଭାବିତ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାୟୀ ସମସ୍ୟାର ସମାଧାନ ନେଇ ଗୋପୀନାଥପୁର ମାଁ ମାଉଳୀ ମନ୍ଦିର ଠାରୁ ବାହାରି ଭବାନୀପାଟଣା ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରିବା ପାଇଁ ଦୀର୍ଘ ୧୫୦ କିଲୋମିଟର ପଦ ଯାତ୍ରା କରିଥିଲେ। ଯେପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର ଲୋକେ ନିଜର ଅଧିକାର ପାଇବେ ନାହିଁ ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ରଣ ହୁଙ୍କାର ଦେଇ ଅଞ୍ଚଳର ସହ ସହ ମହିଳା ପୁରୁଷ ବେକାର ଯୁବକ ଯୁବତୀ ମାନେ ଗୋପୀନାଥ ପୁର ସ୍ଥିତ ମାଁ ମାଉଳୀଙ୍କ ମନ୍ଦିର ରୁ ଆରମ୍ଭ କରି ଆଜି ଯଥା ୧୩/୧୨/୨୦୨୨ ତାରିଖ ମଙ୍ଗଳବାର ଦିନ ପହଞ୍ଚି ଅଞ୍ଚଳ ବାସୀଙ୍କ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଘେରାଓ କରିଥିଲେ। ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ କମିଟି ସହଯୋଗରେ ଗତ ୧୦/୧୨/୨୦୨୨ ତାରିଖ ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଉତ୍କଳ ଆଲୁମିନା କମ୍ପାନୀ ଖଣି ଖନନ ପାଇଁ ଜୋର ଜବରଦସ୍ତ ଗ୍ରାମସଭା କରି ଶିକ୍ଷା ସ୍ୱାସ୍ଥ୍ଯ, ଗମନାଗମନ, ରୋଜଗାର, ଦେବା ସହ ଅଞ୍ଚଳକୁ ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇ ଆଜକୁ ୧୨ ବର୍ଷ ହେବ ଠକି ଚାଲିଛି ଏହାର ପ୍ରତିବାଦରେ ଏହି ଲଢେଇ ଚାଲିଛି ବୋଲି ଆନ୍ଦୋଳନ କାରୀ କମ୍ପାନୀ ଓ ଓଡିଶା ସରକାର ଙ୍କୁ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ କୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ତାଙ୍କ ବ୍ଯକ୍ତବ୍ଯରେ ଖଣି ଖାଦାନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିସ୍ଥାପିତ କରେଇ କମ୍ପାନୀ ହାତରେ ଖଣିଖାଦାନ କୁ ସରକାର ଟେକିଦେଇ କମ୍ପାନୀ ଠାରୁ ମୋଟା ଆକାରରେ ରାଜସ୍ୱ ଆଦାୟ କରୁଥିବା ବେଳେ ଲୋକଙ୍କ ସୁବିଧା ସୁଯୋଗରୁ ବଞ୍ଚିତ କରିଛନ୍ତି। କମ୍ପାନୀ ଠାରୁ ମୋଟା ଆକାରରେ ନେତା ଅର୍ଥ ଆଦାୟ କରି ମାଲାମାଲ ହେଉଛନ୍ତି। ଥୁଆମୂଳ ରାମପୁର ଅଞ୍ଚଳରେ ଥିବା ଉତ୍କଳ ଆଲୁମିନା ପକ୍ଷରୁ ଯଦି ଲୋକଙ୍କ ସୁବିଧା ସୁଯୋଗ ନ ଯୋଗାଇବେ ତେବେ ଓଡିଶାରେ ଯେ କୌଣସି ସ୍ଥାନରେ ଖଣିଖାଦାନ ଅଛି ସେହି ସ୍ଥାନ ମାନଙ୍କରେ ଏହି ପଦଯାତ୍ରା କୁ ପହଁଞ୍ଚାଇବା ପାଇଁ ପ୍ରୟାସ ଜାରିରହିବ। ଏହାଛଡା ସରକାର ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଲୋକଙ୍କର ସମସ୍ୟା ଗୁଡିକ ଉପରେ ସମାଧାନ କରନ୍ତୁ। ଉତ୍କଳ ଆଲୁମିନା କମ୍ପାନୀ ମଧ୍ୟ ଧ୍ଯାନଦେଇ ପ୍ରଭାବିତ ଅଞ୍ଚଳର ବିକାଶ ଦିଗରେ ଚେଷ୍ଟିତ ହୁଅନ୍ତୁ ନହେଲେ ଥୁଆମୂଳ ରାମପୁର ବ୍ଳକରେ ହେଉଥିବା କମ୍ପାନୀ କୁ ବନ୍ଦ କରାଯିବ ବୋଲି ତାଙ୍କ ବ୍ଯକ୍ତବ୍ଯ ରେ ପ୍ରକାଶ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ସନ୍ତପୁର ଝରଣା ରେ ଭାସିଯାଇ ବ୍ୟକ୍ତି ନିଖୋଜ, ସନ୍ଦେହ ରେ ଓଡ୍ରାଫ ପକ୍ଷରୁ ଖୋଜାଖୋଜି ଜାରି

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅଭିନନ୍ଦନୀୟ -ମହିମା ସନ୍ୟାସୀ ବାବା ଦୀନବନ୍ଧୁ ଦାସ

Leave a Comment

error: Content is protected !!