ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଭାବିତ ଅଞ୍ଚଳ ର ବିକାଶ କର ନଚେତ୍ କମ୍ପାନୀ ବନ୍ଦ୍ କରାଯିବ – ଭକ୍ତ ଦାସ

ଉତ୍କଳ ଆଲୁମିନା ଦ୍ଵାରା ପ୍ରଭାବିତ ଅଞ୍ଚଳ ବାସୀ ଓ କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ଓ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଘେରାଓ

ଭବାନୀପାଟଣା :୧୩/୧୨ – (ମ.ନି.ସ) :- ରାଜ୍ଯ ସରକାର ଏବଂ ଉତ୍କଳ ଆଲୁମିନା କମ୍ପାନୀ ଦ୍ବାରା ବଫଲାମାଳୀ ପ୍ରଭାବିତ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାୟୀ ସମସ୍ୟାର ସମାଧାନ ନେଇ ଗୋପୀନାଥପୁର ମାଁ ମାଉଳୀ ମନ୍ଦିର ଠାରୁ ବାହାରି ଭବାନୀପାଟଣା ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରିବା ପାଇଁ ଦୀର୍ଘ ୧୫୦ କିଲୋମିଟର ପଦ ଯାତ୍ରା କରିଥିଲେ। ଯେପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର ଲୋକେ ନିଜର ଅଧିକାର ପାଇବେ ନାହିଁ ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ରଣ ହୁଙ୍କାର ଦେଇ ଅଞ୍ଚଳର ସହ ସହ ମହିଳା ପୁରୁଷ ବେକାର ଯୁବକ ଯୁବତୀ ମାନେ ଗୋପୀନାଥ ପୁର ସ୍ଥିତ ମାଁ ମାଉଳୀଙ୍କ ମନ୍ଦିର ରୁ ଆରମ୍ଭ କରି ଆଜି ଯଥା ୧୩/୧୨/୨୦୨୨ ତାରିଖ ମଙ୍ଗଳବାର ଦିନ ପହଞ୍ଚି ଅଞ୍ଚଳ ବାସୀଙ୍କ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଘେରାଓ କରିଥିଲେ। ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ କମିଟି ସହଯୋଗରେ ଗତ ୧୦/୧୨/୨୦୨୨ ତାରିଖ ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଉତ୍କଳ ଆଲୁମିନା କମ୍ପାନୀ ଖଣି ଖନନ ପାଇଁ ଜୋର ଜବରଦସ୍ତ ଗ୍ରାମସଭା କରି ଶିକ୍ଷା ସ୍ୱାସ୍ଥ୍ଯ, ଗମନାଗମନ, ରୋଜଗାର, ଦେବା ସହ ଅଞ୍ଚଳକୁ ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇ ଆଜକୁ ୧୨ ବର୍ଷ ହେବ ଠକି ଚାଲିଛି ଏହାର ପ୍ରତିବାଦରେ ଏହି ଲଢେଇ ଚାଲିଛି ବୋଲି ଆନ୍ଦୋଳନ କାରୀ କମ୍ପାନୀ ଓ ଓଡିଶା ସରକାର ଙ୍କୁ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ କୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ତାଙ୍କ ବ୍ଯକ୍ତବ୍ଯରେ ଖଣି ଖାଦାନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିସ୍ଥାପିତ କରେଇ କମ୍ପାନୀ ହାତରେ ଖଣିଖାଦାନ କୁ ସରକାର ଟେକିଦେଇ କମ୍ପାନୀ ଠାରୁ ମୋଟା ଆକାରରେ ରାଜସ୍ୱ ଆଦାୟ କରୁଥିବା ବେଳେ ଲୋକଙ୍କ ସୁବିଧା ସୁଯୋଗରୁ ବଞ୍ଚିତ କରିଛନ୍ତି। କମ୍ପାନୀ ଠାରୁ ମୋଟା ଆକାରରେ ନେତା ଅର୍ଥ ଆଦାୟ କରି ମାଲାମାଲ ହେଉଛନ୍ତି। ଥୁଆମୂଳ ରାମପୁର ଅଞ୍ଚଳରେ ଥିବା ଉତ୍କଳ ଆଲୁମିନା ପକ୍ଷରୁ ଯଦି ଲୋକଙ୍କ ସୁବିଧା ସୁଯୋଗ ନ ଯୋଗାଇବେ ତେବେ ଓଡିଶାରେ ଯେ କୌଣସି ସ୍ଥାନରେ ଖଣିଖାଦାନ ଅଛି ସେହି ସ୍ଥାନ ମାନଙ୍କରେ ଏହି ପଦଯାତ୍ରା କୁ ପହଁଞ୍ଚାଇବା ପାଇଁ ପ୍ରୟାସ ଜାରିରହିବ। ଏହାଛଡା ସରକାର ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଲୋକଙ୍କର ସମସ୍ୟା ଗୁଡିକ ଉପରେ ସମାଧାନ କରନ୍ତୁ। ଉତ୍କଳ ଆଲୁମିନା କମ୍ପାନୀ ମଧ୍ୟ ଧ୍ଯାନଦେଇ ପ୍ରଭାବିତ ଅଞ୍ଚଳର ବିକାଶ ଦିଗରେ ଚେଷ୍ଟିତ ହୁଅନ୍ତୁ ନହେଲେ ଥୁଆମୂଳ ରାମପୁର ବ୍ଳକରେ ହେଉଥିବା କମ୍ପାନୀ କୁ ବନ୍ଦ କରାଯିବ ବୋଲି ତାଙ୍କ ବ୍ଯକ୍ତବ୍ଯ ରେ ପ୍ରକାଶ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଜଗତ୍ ଜନନୀ ମା ଗଜଲକ୍ଷ୍ମୀ ପୂଜା ଅବସର ରେ ଜନ ମଂଗଳ ର ଜନ କଲ୍ୟାଣକାରି କାର୍ଯକ୍ରମ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା କବିର ପ୍ରଶ୍ନ 

Sunil Chandra Nayak

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort