ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାର ଷ୍ଟାଫ୍ ନର୍ସ ପାଇବେ ଫୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ଟୁଇଟ କରି ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ…

 ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଜଗତସିଂହପୁର ଜିଲ୍ଲାର ଜଣେ ନର୍ସ । ଜିଲ୍ଲା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିବା ଖୁଲଣା ବାରିକ ଏହି ସୌଭାଗ୍ୟ ଲାଭ କରିଛନ୍ତି । ଖୁଲଣା ୨୦୨୧ ବର୍ଷ ପାଇଁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଖୁଲଣା ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଖୁଲଣା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି । ଏଥିପାଇଁ ଖୁଲଣାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ନବଜାତ ଶିଶୁ ଓ ଗଭର୍ବତୀ ମହିଳାଙ୍କୁ ଚିକିତ୍ସା କରିବା କ୍ଷେତ୍ରରେ ଖୁଲଣାଙ୍କ ଏହି ସେବା ମନୋଭାବ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

୪୫ ବର୍ଷୀୟା ଖୁଲଣା ଜିଲ୍ଲାର ଡିଏଚଏଚର ଗାଇନିକ୍ ୱାର୍ଡରେ ଲେବର ଇନ ଚାର୍ଜ ଭାବେ କାର୍ଯ୍ୟରତ । ତାଙ୍କୁ ଭାରତର ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ କରିବେ । ତେବେ ସେନେଇ ତାରିଖ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ସେ କୋଭିଡ୍ ମହାମାରୀ ସମୟରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ ନେଇ ପ୍ରଶଂସିତ ହୋଇଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଦ୍ଵାରା ସାମାଜିକ ସୁରକ୍ଷା ଭତ୍ତା ର ଶୁଭାରମ୍ଭ

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!