ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶହେ ମିଟର ଲମ୍ବାର ଜାତୀୟ ପତାକା ଉଡ଼ାଇ ଆଜାଦିକା ଅମୃତ ମହୋତ୍ସବ ପାଳନ କଲେ

ଆନନ୍ଦପୁର:- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଧିନ ପଞ୍ଚୁପଲ୍ଲୀ ହାଇସ୍କୁଲରେ ଆଜାଦିକା ଅମୃତ ମହୋତ୍ସବ ର ହର ଘର ତ୍ରିରଙ୍ଗା ଉପଲକ୍ଷେ ଜିଲ୍ଲାର ସବୁଠୁ ଲମ୍ବ ଏକସହ ମିଟର ଲମ୍ବାର ଜାତୀୟ ପତାକା ତିଆରିକରି ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ତଥା ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ଦେବୀଦାସ ପଣ୍ଡା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବଯାନୀ ବେହେରାଙ୍କ ତତ୍ତ୍ୱାବଧନରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକତ୍ରିତ ହୋଇ ବ୍ୟାଣ୍ଡ ବଜାଇ ତ୍ରିରଙ୍ଗାର ତାଳେତାଳେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରିଥିଲେ ।ଏଥିରେ ଛାତ୍ରଛାତ୍ରୀ ମାନେ ଜାତୀୟ ପତାକା ଭାରତ ମାତାକି ଜୟ ,ହରଘର ତ୍ରିରଙ୍ଗା, ସବକାମନ ତ୍ରିରଙ୍ଗା ଗାନ କରି ଗ୍ରାମ ପରିକ୍ରମା କରିଥିଲେ ।ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିନୋଦ କୁମାର ପହି, ଗୀତାଞ୍ଜଳି ଜେନା, ଗୌରାଙ୍ଗ ଚରଣ ଦାସ,କାଳନ୍ଦୀ ଚରଣ ମୁର୍ମୁ, ମହେସ୍ୱତା ଜେନା, ଅନିତା ଦାସ, ନିହାର ରଞ୍ଜନ ଚକ୍ର ସ୍କୁଲର କର୍ମଚାରୀ ରମେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପୁରାତନ ଛାତ୍ର ଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମର ବୁଦ୍ଧିଜୀବୀ ମାନେ ଭୂରି ଭୂରି ପ୍ରସଂଶା କରିଥିଲେ ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ଯୋତ୍ସ୍ନାରାଣୀ

ବାଲେଶ୍ଵର – ବାରମ୍ବାର ଖବର ପ୍ରଚାର ଓ ପ୍ରସାରଣ ପରେ ବି ପ୍ରଶାସନ ନିଦ୍ରାରେ, ସତରେ କି ଅଦ୍ଭୁତ ଏ ପ୍ରଶାସନ

ନକଲି ମାଓ ଆତଙ୍କର ପର୍ଦ୍ଧାଫାସ…

Sunil Chandra Nayak

Leave a Comment

error: Content is protected !!