ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

ଆନନ୍ଦପୁର -: ଭାରତ ବର୍ଷର ସ୍ଵାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି କେନ୍ଦୁଝର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ତ୍ରିରଙ୍ଗା ପଦ ଯାତ୍ରା ରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଘସିପୁରା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥିରାଜ କୁଅଁର, ବିଜେପି ର ବରିଷ୍ଠ ନେତା ଶ୍ରୀ ଅଖିଳ ପାତ୍ର, ଜଗବନ୍ଧୁ ସା, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ଗୋପୀନାଥ ରାମ, ଅଗନୁ ଚରଣ ମହାନ୍ତ, ମଣ୍ଡଳ ସଭାପତି ଶ୍ରୀ ଗୋଲକ ବିହାରୀ ବଲ, ଜିତେନ୍ଦ୍ର କୁମାର ପଲାଇ, ମଣ୍ଟୁ ପାତ୍ର, ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ହାତରେ ଜାତୀୟ ତ୍ରିରଙ୍ଗା ପତାକା ଧରି, ଦେଶାତ୍ମବୋଧକ ଗୀତ ଗାନ କରିବା ସହିତ, ଭାରତ ମାତା କି ଜୟ, ବନ୍ଦେ ମାତରମ୍ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲେ। ରାସ୍ତା ରେ ଶୋଭାଯାତ୍ରା ଗଲାବେଳେ ଉପସ୍ଥିତ ଜନସାଧାରଣ ଙ୍କ ତରଫରୁ ସ୍ୱତଃପ୍ରବୃତ ଭାବେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ସ୍ଲୋଗାନ୍ ଦେଇ ସ୍ୱାଗତ୍ କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

କନ୍ଧମାଳ ରୁ ନୟାଗଡ଼ କୁ ଚାଲାଣ ବେଳେ ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ , ୨ ଗିରଫ

Sunil Chandra Nayak

Leave a Comment

error: Content is protected !!