ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

 କନ୍ଧମାଳ ଜିଲ୍ଲାର ଯୁବକ ଯୁବତୀ କୀଟ କିସ ରେ ନିଯୁକ୍ତି ପାଇବେ

ଫୁଲବାଣୀ -: କନ୍ଧମାଳ ଜିଲ୍ଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତ୍ତିଭୂମି ଓ ଡାକ୍ତର ଅଭାବ ଆଦି ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା । ଏହା ବ୍ୟତୀତ କିମ୍‍ସ ଭୁବନେଶ୍ୱର ପକ୍ଷରୁ କନ୍ଧମାଳର ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ୱାସ୍ଥ୍ୟ ଶିବିର ପୁନଃ କାର୍ଯ୍ୟକାରୀ କରାଇବା ପାଇଁ ବିଧାୟକମାନେ ଅନୁରୋଧ କରିଥିଲେ । ସାଂସଦ ଏଥିରେ ସମ୍ମତି ଜଣାଇବା ସହ ଅଗଷ୍ଟ ୧୫ ପରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ବିକାଶ ଉପରେ ପ୍ରୟାସ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯିବା ସହ ଭବିଷ୍ୟତରେ ଏହାକୁ କିପରି ଆହୁରି ତ୍ୱରାନ୍ୱିତ କରାଯିବ ନେଇ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାତକୁ ନିଆଯାଇଥିବା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ କିପରି ଆହୁରି ଆଗକୁ ନିଆଯାଇପାରିବ ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ କିଟ୍‍ ଓ କିସରେ ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବା ନେଇ ବିଧାୟକମାନଙ୍କୁ ଅବଗତ କରିବା ସହ ଜିଲ୍ଲାର ଯୁବକଯୁବତୀଙ୍କୁ କିଟ୍‍ ଓ କିସ୍‍କୁ ପଠାଇବା ପାଇଁ କହିଥିଲେ । ଏହା ବ୍ୟତୀତ ବିଧାୟକମାନେ କନ୍ଧମାଳ ଜିଲ୍ଲାର ଜନଜାତି ଛାତ୍ରୀମାନଙ୍କୁ ପଠାଇଲେ ସେମାନେ କିସରେ ବିନାଦେୟରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ମନ୍ଦାର

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ NCC କ୍ୟାଡେଟ ମାନଙ୍କର କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅନାହୂତ ଅଭିଳାଷ 

Sunil Chandra Nayak

Leave a Comment

error: Content is protected !!