ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଡିଙ୍କ ବିରୋଧରେ ଜିଲ୍ଲାପରିଷଦ ସଭ୍ୟ ଙ୍କ ଅଭିଯୋଗ , ଅଭିଯୋଗ ଖଣ୍ଡନ କଲେ ପିଡି

ନବରଙ୍ଗପୁର ୩୦/୭(ମନିସ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜୋନ୍ ୧ ସ୍ଵାଧୀନ ଜିଲ୍ଲାପରିଷଦ ସଭ୍ୟ ଦିବ୍ୟଦାନ ସୁନା ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ପରିଷଦ ମୂଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ବିରୋଦ୍ଧରେ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଲାପରିଷଦ ସଭ୍ୟ ଗଣ ମାଧ୍ୟମରେ କହିଛନ୍ତି ଯେ ସେ ନିଜ ଅଞ୍ଚଳର କିଛି ସମସ୍ୟା ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଯାଇଥିଲେ। ଉକ୍ତ ସମୟରେ ପାପଡାହାଣ୍ଡି ଜୋନ୍ ୨ ର ଡ୍ ଲିପିକା ମାଝୀ ଓ ତାଙ୍କ ସହଯୋଗୀ ଉପସ୍ଥିତ ଥିଲେ। ଦିବ୍ୟାଦାନ୍ ନିଜ ଅଞ୍ଚଳ ସମସ୍ୟା ନେଇ ପଚାରିବାରୁ ପିଡି ରାଗିଯାଇ ନାଲି ଆଖି ଦେଖାଇଥିଲେ।ତାଙ୍କୁ ଧମକ ଦେଇ ତୁରନ୍ତ ସେ ଠାରୁ ଚାଲିଯିବା ପାଇଁ କହିଥିଲେ। ଲୋକ ପ୍ରତିନିଧିଙ୍କୁ ଜଣେ ବରିଷ୍ଟ ପ୍ରଶାସନିକ ଅଧିକାରୀ ଏ ପରି ଆଚରଣ କୁ ନେଇ ଦିବ୍ୟଦାନ ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଆଚରଣ କରିବା ନବରଙ୍ଗପୁର ଜିଲ୍ଲା ରେ ନୁଆନୁହେ।ପୂର୍ବରୁ ପାପଡାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସଭ୍ୟା ଡ୍ ଲିପିକା ମାଝୀ ଙ୍କୁ ଆବାସ ଯୋଜନା ବିଷୟରେ ପଚାରିବା ବେଳେ ବିଡ଼ିଓ ସମୟ ନାହି କହି ଚାଲିଯାଇଥିଲେ। ଓଡ଼ିଶା ପ୍ରଶାସନିକ ଅଧିକାରୀ ବାବୁ ମାନେ ଇନ୍ଦ୍ର ଚନ୍ଦ୍ର ଆଉ ମାନୁନାହାନ୍ତି।ନବରଙ୍ଗପୁର ଜିଲ୍ଲା ରେ ଦୀର୍ଘ ବର୍ଷ ହେଲା ଉଚ୍ଚ ପଦ ପଦବୀରେ ଥାଇ ନିଜଠୁ ଆଉ କେହି ବଡ ନାହି ବୋଲି ଭାବୁଛନ୍ତିି ବୋଲି ସେ ମତ ବ୍ୟକ୍ତ କରିଥିଲେ।  ଏଭଳି ଆଚରଣ କାହିଁକି ହେଲା ବୋଲି ପିଡ଼ି ଙ୍କୁ ପଚାରିବାରୁ ଦିବ୍ୟାଦାନ ଓ ଲିପିକା କାର୍ଯ୍ୟାଳୟକୁ ଆସିଥିଲେ।ତାଙ୍କ ଅଞ୍ଚଳରେ କାହିଁକି କାମ ଦିଆଯାଉ ନାହିଁ। ନନ୍ଦାହାଣ୍ଡି ବିଡ଼ିଓ ତାଙ୍କ କାର୍ଯ୍ୟାଳୟ ଠାରେ କାହିଁକି ବସାଇ ଦେଉ ନାହାନ୍ତି। ସେ ବିଡ଼ିଓ ଙ୍କ ସହିତ ଆଲୋଚନା କରିବାକୁ କହିଥିଲେ।ଏହି ସମୟରେ ଦିବ୍ୟଦାନ ମତେ ମୂର୍ଖ ବୋଲି କହିଥିଲେ।ତୁମେ ଆମ ଅଧୀନରେ କାମ କରୁଛ ବୋଲି କହିଥିଲେ।ସେ ଯେ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ,ଏହା ଶୁଣିବା ପରେ ମୁଁ ତାଙ୍କ ନାମରେ ଏତଲା ଦେବି ବୋଲି କହିଥିଲେ।କିଏ ସତ କିଏ ମିଛ କାର୍ଯ୍ୟାଳୟ ସିସି କ୍ୟାମେରା ଯାଞ୍ଚ କଲେ ସବୁ ତଥ୍ୟ ପ୍ରକାଶ ପାଇ ପାରିବ। ଓଡ଼ିଶା ସରକାରଙ୍କ ମୋ ସରକାର ୫ଟି ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାବାସୀ ଦାବି କରିବା ସହିତ ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଏଭଳି ଅଶାଳୀନ ବ୍ୟବହାର କୁ ନାପସନ୍ଦ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ୱଜନସଂଖ୍ୟା ଦିବସ – ୨୦୨୨ ପାଳିତ 

Sunil Chandra Nayak

କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଲେ ମତଦାନ

Sunil Chandra Nayak

Leave a Comment

error: Content is protected !!