ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଆବାସ ଯୋଜନା ଦୁର୍ନତୀ, କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଲୋକାୟୁକ୍ତ ଙ୍କ ନୋଟିସ ଜାରି

ଭବାନୀପାଟଣା,୧୩।୪/ (ମ ନି ସ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନତୀ ସମ୍ପର୍କରେ ଓଡିଶା ରାଜ୍ଯ ଲୋକାୟୁକ୍ତ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନୋଟିସ ଦେବା ଘଟଣା ଜିଲ୍ଲାରେ ଆଲୋଚନା ର ବିଷୟ ହୋଇଛି ।

  ସୁଚନା ରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବଡପୋଡ଼ାଗୁଡା ପଞ୍ଚାୟତର ସୁମତି ନାଏକ, ପଦ୍ମା ନାଏକ, ମରୁଆ ଧାଙ୍ଗଡାମାଝି, ଜଗନ୍ନାଥ ଦାସ, ମନ୍ଦାର ବେୱା, ଧନୁର୍ଯୟ ନାଏକ ଙ୍କୁ ସରକାରଙ୍କ ପକ୍ଷରୁ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ଗୃହ ମଞ୍ଜୁର ହୋଇଥିଲା। ଗୃହ ଆଦୌ ତିଆର ହୋଇନଥିବା ବେଳେ ହିତାଧିକାରୀ ମାନଙ୍କ ଅଜାଣତରେ ବ୍ଳକ ଓ ପଞ୍ଚାୟତ କର୍ମଚାରୀ ମାନେ ହିତାଧିକାରୀ ମାନଙ୍କ ଟଙ୍କା ଉଠାଇ ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ତତ୍କାଳୀନ ବ୍ଳକ ଅଧ୍ୟକ୍ଷା ସବ୍ୟାରାଣୀ ବାଗ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସହ ଗରିବ ହିତାଧିକାରୀ ଙ୍କୁ ନ୍ୟାୟ ପ୍ରଦାନ ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ତା୧୭. ୭.୨୦୨୧ ତାରିଖ ଦିନ ଲିଖିତ ଆବେଦନ କରିଥିଲେ। ବ୍ଳକ ପ୍ରଶାସନ ନିଜ ତ୍ରୁଟି   ଘୋଡାଇବାକୁ  କୁ ଯାଇ କିଛି ପଞ୍ଚାୟତ ସ୍ତରୀୟ କର୍ମଚାରୀ ଙ୍କ ନାମରେ ଏତଲା ଦେବାପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଳକ ପ୍ରୋଗ୍ରାମ କୋ ଅର୍ଡିନେଟର, ଜିଓଟେଗିଙ୍ଗ ୟୁଥ ଗିରଫ ହୋଇ ଜାମିନ ରେ ଆସିଥିଲେ। କିନ୍ତୁ ଏହି ଦୁର୍ନତୀ କୁ DSC (digital signature certificate) ମାଧ୍ୟମରେ ମଞ୍ଜୁରୀ ପ୍ରଦାନ କରିଥିବା ନୋଡାଲ ଅଫିସର ତଥା ABDO ଏବଂ BDO ମନୀଷା ଦାସ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କିମ୍ବା ହିତାଧିକାରୀ ମାନଙ୍କୁ ନ୍ୟାୟ ମିଳିପାରିଲା ନାହିଁ। ପ୍ରଶାସନିକ ପଦକ୍ଷେପ ଅଭାବରୁ ହିତାଧିକାରୀ ମାନେ ନାର୍ଯ୍ୟ ଅଧିକାର ରୁ ବଞ୍ଚିତ ହୋଇଥିବା ଅନୁଭବ କରି ତତ୍କାଳୀନ କୋକସରା ବ୍ଲକ ଅଧ୍ୟକ୍ଷା ମାନ୍ୟବର ଓଡିଶା ରାଜ୍ୟ ଲୋକାୟୁକ୍ତ ଙ୍କ ଅଦାଳତ ରେ ଆବେଦନ କରିଥିଲେ। ମାନ୍ୟବର ଲୋକାୟୁକ୍ତ ଗତ ୨୮.୧.୨୦୨୨ତାରିଖ ମାମଲା ସଂଖ୍ୟା LY – ୪୫/୨୦୨୨ ଅନୁଯାୟୀ ଆବେଦନ ଟିକୁ ଗ୍ରହଣ କରି ତା୧୫.୦୨.୨୦୨୨ ଆଦେଶ କ୍ରମେ ଘଟଣା ର ତଦନ୍ତ ରିପୋର୍ଟ ମାନ୍ୟବର ଲୋକାୟୁକ୍ତ ଙ୍କ ଅଦାଳତ ରେ ଦାଖଲ ସହ ଆବେଦନକାରୀ ସବ୍ୟାରାଣୀ ବାଗ ଙ୍କୁ ତା ୫.୪.୨୦୨୨ ସୁଦ୍ଧା ଦେବାକୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନୋଟିସ ଜାରି କରିଥିଲେ । ହେଲେ କଳାହାଣ୍ଡି ଜିଲ୍ଲାପାଳ ଲୋକାୟୁକ୍ତ ଙ୍କ ଆଦେଶ କୁ ଅବମାନନା କରିବାରୁ ପୁନର୍ବାର ମାନ୍ୟବର ଲୋକାୟୁକ୍ତ ଗତ ତା. ୦୫.୪.୨୨ ରିଖ ଦିନ ପୁଣି ଜିଲ୍ଲାପାଳ ଙ୍କୁ ସ୍ମାରକ ନୋଟିସ ପାଇଁ ଆଦେଶ ଜାରି କରିଛନ୍ତି । ନୀରିହ ଗରିବ ହିତାଧିକାରୀ ମାନଙ୍କୁ ନାର୍ଯ୍ୟ ଅଧିକାର ରୁ ବଞ୍ଚିତ କରି ମାନବାଧିକାର କୁ ମଧ୍ଯ ଉଲଂଘନ କରାଯାଇଛି। ମାନ୍ୟବର ଲୋକାୟୁକ୍ତ ଆବେଦନ ଟିକୁ ଗୁରୁତ୍ୱର ସହ ବିଚାର କରୁଥିବା ରୁ ଶ୍ରୀମତୀ ସବ୍ୟାରାଣୀ ବାଗ ଲୋକାୟୁକ୍ତ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ମ ନି ସ 

Related posts

ପବିତ୍ର କୁରାଳ ପଞ୍ଚମୀ ପୂଜା ପାଳିତ

Sunil Chandra Nayak

ବିଶ୍ୱ ବରିଷ୍ଠ ନାଗରିକ ଦିବସ ଗରିବ ଙ୍କୁ ମନା, ସରକାରୀ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ନିମନ୍ତ୍ରଣ 

Sunil Chandra Nayak

ମାଣବସା ଶେଷ ଗୁରୁବାର ସହ ଶେଷ ହେଲା କୋକସରା ଲକ୍ଷ୍ମୀପୂଜା

Sunil Chandra Nayak

Leave a Comment

error: Content is protected !!