ଧର୍ମଗଡ:୧୩/୪/୨୨: ଧର୍ମଗଡ ବ୍ଲକ ରେ ଆଜି ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଛି । ଧର୍ମଗଡବିଡ଼ିଓ ଶରତ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିର ରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଉପାଧ୍ୟକ୍ଷା ଜୁଲି ମେହେର, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି , ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରି ମଦନଜିତ ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଧର୍ମଗଡ ବ୍ଲକ ର ୨୪ ଟି ପଞ୍ଚାୟତ ଅଞ୍ଚଳ ରୁ ଶତାଧିକ ହିତାଧିକାରୀ ଏହି ଶିବିର ରେ ଉପସ୍ଥିତ ରହି ଥିଲେ । ୨୪୬ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଈ ଆବେଦନ କରିଥିଲା ବେଳେ ଯୋଗ୍ୟ ବିବେଚିତ ୧୭୧ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସେହି ପରି ୧୮ ଜଣ ଭିନ୍ନକ୍ଷମ ଙ୍କୁ ବସ ପାସ, ୪ ଜଣ ଙ୍କୁ ଦିବ୍ୟାଙ୍ଗ ସହାୟକ ଉପକରଣ ଟ୍ରାଇ ସାଇକେଲ ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟାଳୟରୁ ସାମାଜିକ ସୁରକ୍ଷା ଅଧିକାରି ସସ୍ମିତା ହୋତା, ଧର୍ମଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାଏକ ପ୍ରମୁଖ ସହାୟତା କରିଥିଲେ ।
ଧର୍ମଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।