ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ସାମର୍ଥ୍ୟ ଶିବିର

ଧର୍ମଗଡ:୧୩/୪/୨୨: ଧର୍ମଗଡ ବ୍ଲକ ରେ ଆଜି ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଛି । ଧର୍ମଗଡବିଡ଼ିଓ ଶରତ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିର ରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଉପାଧ୍ୟକ୍ଷା ଜୁଲି ମେହେର, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି , ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରି ମଦନଜିତ ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଧର୍ମଗଡ ବ୍ଲକ ର ୨୪ ଟି ପଞ୍ଚାୟତ ଅଞ୍ଚଳ ରୁ ଶତାଧିକ ହିତାଧିକାରୀ ଏହି ଶିବିର ରେ ଉପସ୍ଥିତ ରହି ଥିଲେ । ୨୪୬ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଈ ଆବେଦନ କରିଥିଲା ବେଳେ ଯୋଗ୍ୟ ବିବେଚିତ ୧୭୧ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସେହି ପରି ୧୮ ଜଣ ଭିନ୍ନକ୍ଷମ ଙ୍କୁ ବସ ପାସ, ୪ ଜଣ ଙ୍କୁ ଦିବ୍ୟାଙ୍ଗ ସହାୟକ ଉପକରଣ ଟ୍ରାଇ ସାଇକେଲ ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟାଳୟରୁ ସାମାଜିକ ସୁରକ୍ଷା ଅଧିକାରି ସସ୍ମିତା ହୋତା, ଧର୍ମଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାଏକ ପ୍ରମୁଖ ସହାୟତା କରିଥିଲେ ।

ଧର୍ମଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

ବେହେରାଗୁଡା ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦାବୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ୍ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ବ୍ରୁକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!