ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

    ସକାଳ

ପୁରୁବ ଦିଗରେ ସୂରୁଜ ଉଇଁଲେ
      ଆସଇ ଯେବେ ସକାଳ
ନିଦ୍ରା ତେଜି ସର୍ବେ ଜାଗ୍ରତ ହୋଇଣ
       ହୁଅନ୍ତି ଚଳଚଞ୍ଚଳ।।
ପୁରୁବ ଆକାଶେ ଲୋହିତ ରଙ୍ଗର
       ସୂର୍ଯ୍ୟଙ୍କ ଅପୂର୍ବ ଆଭା
ବିଛାଡି ଦିଅନ୍ତି ସୁନେଲି କିରଣ
       ସତେ କେଡେ ମନଲୋଭା।।
କାକ ପକ୍ଷୀ ରାବେ କାଆ କାଆ କରି
        ସକାଳ ସନ୍ଦେଶ ନେଇ
ପାହିଲା ରଜନୀ ଉଠି ଯାଅ ସର୍ବେ
        ଅଳସୁଆ ହୁଅ ନାହିଁ।।
ଭୁଆସୁଣୀ ଉଠି ଦୁଆର ଓଳାଏ
      ପକାଇ ଗୋବର ଛେରା
ସକାଳ ହୋଇଲେ ବାସି ପାଇଟିକୁ
      ସାରି ଦେଇଥାଏ ପରା।।
ପିଲାଏ ଉଠିଣ ନିତ୍ୟକର୍ମ ସାରି
      ଜଳଖିଆ ଖାଇଥାନ୍ତି
ସଜାଡି ନିଜର ବହି ବସ୍ତାନିକୁ
      ବିଦ୍ୟାଳୟକୁ ଯାଆନ୍ତି।।
ସକାଳୁ ସକାଳୁ ଚଷାଭାଇ ଯାଏ
       କ୍ଷେତ ତା,ଦେଖିବା ପାଇଁ
ପାଗ ହୋଇଥିଲେ କ୍ଷେତ ତା ଚଷିବ
       ହଳ ଲଙ୍ଗଳକୁ ନେଇ।।
ଶୁଭ ସକାଳରେ ଭାସିଆସେ ପୁଣି
      ମଙ୍ଗଳ ଆଳତୀ ସ୍ବର
ଭକ୍ତିମୟ ପରିବେଶ ସୃଷ୍ଟି କରେ
     ପବିତ୍ର ହୁଏ ଅନ୍ତର।।
ସକାଳ ଆଣଇ ସୁଖର ସନ୍ଦେଶ
      ଅନ୍ଧାର ଦୂରେଇ ଦେଇ
ଶୁଭ ସକାଳରେ ବିଭୁଙ୍କୁ ସ୍ମରିଲେ
     ସବୁ ଶୁଭ ହୋଇଥାଇ।।

ବନଲକ୍ଷ୍ମୀ ମହିନ୍ତି

ନଡିଆବରାଇ , କେନ୍ଦ୍ରାପଡା।।

Related posts

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

ଧର୍ମଗଡ଼ ପୁରାତନ ବସ ଷ୍ଟାଣ୍ଡର ଅତ୍ୟାଧୁନିକରଣ ପ୍ରକ୍ରିୟା

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମାଟିର ସ୍ବର୍ଗ             

Leave a Comment

error: Content is protected !!