ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଅଙ୍ଗନବାଡି କର୍ମି ସମୁହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋକସରା,୨୩/୧୧- ( ମ ନି ସ) ଭାରତୀୟ ମଜଦୂର ସଙ୍ଘ ସଂଲଗ୍ନ ରାଜ୍ୟ ସଙ୍ଘର ଡାକରାରେ ଅଳ ଓଡ଼ିଶା ଅଙ୍ଗନବାଡି କର୍ମି ସମୁହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଭୁବନେଶ୍ୱରରେ ସଙ୍ଘ ପକ୍ଷରୁ ୮ ଦଫା ଦାବି ପୁରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରତିବାଦ ଜାରି ରହିଛି। ମଙ୍ଗଳବାର ଡାକରାକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଙ୍ଗନବାଡି କର୍ମି ସମୁହ ସାମିଲ ହୋଇ କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବିରେ ଆନ୍ଦୋଳନ କରିବା ସହ ଧାରଣାରେ ବସିଛନ୍ତି। ରାଜ୍ୟ ସରକାର ଦାବି ପୁରଣ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଳି ଚେତାବନୀ ଦେଇଛନ୍ତି ବ୍ଲକ ଅଙ୍ଗନବାଡ଼ି ସଙ୍ଘର କର୍ମକର୍ତ୍ତା। ଏହି ଆନ୍ଦୋଳନରେ ବ୍ଲକର ୧୪୦ ଜଣ ଅଙ୍ଗନବାଡ଼ି କର୍ମି, ୨୭ଜଣ ମିନି ଅଙ୍ଗନବାଡ଼ି କର୍ମି ଓ ୧୩୦ଜଣ ପାଚିକା କାର୍ଯ୍ୟବନ୍ଦ ଆନ୍ଦୋଳନରେ ରହିଥିବା ଯୋଗୁଁ ୧୬୭ କେନ୍ଦ୍ରରେ ତାଲା ପଡିବା ସହ ଶିଶୁଙ୍କ ପ୍ରାକ ଶିକ୍ଷା ବ୍ୟବସ୍ଥା ସହ କିଶୋରି ବାଳିକା, ଗର୍ଭବତୀ ମହିଳାଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ପ୍ରଭାବିତ ହୋଇଛି । ପାଚିକା ସଙ୍ଘ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ରହିଛନ୍ତି। କୋକସରା ବ୍ଲକର ସମସ୍ତ ଅଙ୍ଗନବାଡ଼ି ଓ ପାଚିକା ମାନେ ଆନ୍ଦୋଳନ ଓ ଧାରଣାରେ ସାମିଲ ରହିଛନ୍ତି।

Related posts

ଦୁଇ ଦଫା ଦାବୀ ନେଇ ସର୍ଗିଗୁଡା ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

Sunil Chandra Nayak

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶ ପୂଜା, ଟୋକାଙ୍କ ମଜା

Sunil Chandra Nayak

Leave a Comment

error: Content is protected !!