ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ପ୍ରଭାବ : ପେନସନ କାର୍ଡ ମୁକୁଳିଲା, ବିଡ଼ିଓ ଦେଲେ 5ହଜାର ଓ ଚିକିତ୍ସା ପାଇଁ ଦୁଇ ଦିନରେ ଯିବେ ଭୁବନେଶ୍ବର

ତେନ୍ତୁଳିଖୁଣ୍ଟି 04/09/22 ପୁଅର ବଙ୍କା ଓ ଫୁଲିଥିବା ଗୋଡ଼ର ଚିକିତ୍ସା ପାଇଁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଥିଲା ମାଆ । କିଛି ଏଭଳି ଅଭିଯୋଗ ପରେ ସକ୍ରିୟ ହେଲା ପ୍ରଶାସନ ।ଜିଲ୍ଲାର ତେନ୍ତୁିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗାଦବାଗୁଡ଼ା ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ସୁଲୋଚନା ଖୁରା ନିଜ ପୁଅର ଭଙ୍ଗା ଗୋଡ଼ ର ଚିକିତ୍ସା ପାଇଁ ସମ୍ବଳ ଅଭାବ ରୁ ନିଜ ପୁଅ ର ରାସନ କାର୍ଡ କୁ ୮ ହଜାର ଟଙ୍କା ରେ ଓ ନିଜ ଭତ୍ତା କାର୍ଡ କୁ ୬ ହଜାର ଟଙ୍କା ରେ ବନ୍ଧକ ରଖିଥିବା ଅଭିଯୋଗ ହୋଇଥିଲା ସମ୍ବଳ ଅଭାବ ରୁ ପୁଅ ଏବେ ଶଯ୍ୟାଶାୟୀ । ଆଜି ବିଡ଼ିଓ ଦୁର୍ଯୋଧନ ଭୋଇ ନୟନ ପରିବାର ନିକଟରେ ପହଁଚି ତାକୁ 5 ହଜାର ଟଙ୍କା ଦେବା ସହ ତାକୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇବା ବ୍ୟବସ୍ଥା କରିଛନ୍ତି। ଦିନେ 2 ଦିନ ମଧ୍ୟରେ ଚିକିତ୍ସା ପାଇଁ ନିଆଯିବ ନୟନକୁ। ବି ଏସ ଏସ ଓ ରବିନ୍ଦ୍ର ସାହୁ ଗ୍ରାମରେ ପହଞ୍ଚି ସାନିଆ ସାହୁଙ୍କ ଠାରୁ ପେନସନ କାର୍ଡ ଉଦ୍ଧାର କରି ସୁଲୋଚନା ଙ୍କୁ ଦେଇଛନ୍ତି। ଖବର ପ୍ରକାଶ ପରେ ଚିକିତ୍ସା ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ଯୋଗୁଁ ଆନନ୍ଦିତ ହୋଇଛନ୍ତି ମା ସୁଲୋଚନା।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

Sunil Chandra Nayak

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆମର ନଟିଆ, ବଡ଼ ଉଚ୍ଚାଟିଆ

Leave a Comment

error: Content is protected !!