ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଦାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀକୁ ୨ କୋଠରି , ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

କୋକସରା,୩୦/୭-  ( ମ ନି ସ )  ‛ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଗଣା ପାଠ୍ୟପୁସ୍ତକ, ଖାଦ୍ୟ, ପୋଷାକ ସମେତ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆଜି ମଧ୍ୟ ଭିତ୍ତିଭୂମି ଅଭାବରୁ ଅନେକ ସ୍କୁଲରେ ପଢ଼ୁଥିବା କୋମଲମତି ଛାତ୍ରଛାତ୍ରୀ ମାନେ ଶ୍ରେଣୀ କୋଠରୀ ନଥିବାରୁ ବାରଣ୍ଡାରେ ବସି ପଢ଼ୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଶିକ୍ଷା ବିଭାଗ ଆମପାଣି ପଞ୍ଚାୟତ ଆଦିବାସୀ ବହୁଳ କନ୍ଦାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ଦୁଇଟି ଶ୍ରେଣୀ କୋଠରି ଅଛି । ଫଳରେ ପ୍ରଥମ, ଦ୍ଵିତୀୟ, ତୃତୀୟ ରେ ପଢ଼ୁଥିବା ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ବସି ପଢ଼ୁଥିବା ଦେଖିବାକୁ ମିଳିଛି। ୧୧୨ ଛାତ୍ରଛାତ୍ରୀ ଙ୍କ ପାଇଁ ୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି। ସ୍କୁଲକୁ ଲାଗି ଅସୁରକ୍ଷିତ ଅବସ୍ଥାରେ ରହିଛି ଜରାଜୀର୍ଣ୍ଣ ପୁରୁଣା ସ୍କୁଲ କୋଠା । କେତେବେଳେ ଯେ କଣ ଅଘଟଣ ଘଟିବ ତାହା କହି ହେବନାହିଁ । ସେହି ଅସୁରକ୍ଷିତ କୋଠାକୁ ମଧ୍ୟ ଭଙ୍ଗା ଯାଉନାହିଁ। ନୂତନ ଅତିରିକ୍ତ ଶ୍ରେଣୀ କୋଠରୀ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀ ଅନେକ ସମୟରେ ବ୍ଲକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନାହିଁ। ଏନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୀଲ କୁମାର ପଟ୍ଟନାୟକ ଙ୍କ ପ୍ରତିକ୍ରିୟା ନେବାରୁ ସ୍କୁଲ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କୁ ଏହି ସମସ୍ୟା ନେଇ ଅଭିଯୋଗ କରାଯାଇଛି ବୋଳି କହିଛନ୍ତି। ଆମେ ଏନେଇ କୋକସରା ଶିକ୍ଷା ବିଭାଗର ବିଆରସିସି ତୋଫାନ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ କେବଳ କନ୍ଦାଗଡ଼ ସ୍କୁଲ ନୁହେଁ ବ୍ଲକ ର ଉଣା ଅଧିକ ସ୍କୁଲରେ ଶ୍ରେଣି କୋଠରି ସମସ୍ୟା ରହିଛି କନ୍ଦାଗଡ଼ ସ୍କୁଲ କମିଟି ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ହେଲେ ବ୍ଲକ କିମ୍ବା ଜିଲ୍ଲା ଶିକ୍ଷା ବିଭାଗ ହାତରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ କୌଣସି ଅନୁଦାନ ଆସୁନାହିଁ। ପଞ୍ଚାୟତିରାଜ ବିଭାଗ ଅଧୀନରେ ଅନୁଦାନ ରହିଛି। ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ବିଡ଼ିଓ ଙ୍କ ଜରିଆରେ ଅଭିଯୋଗ କଲେ ସମାଧାନ ହୋଇପାରେ ବୋଳି କହିଛନ୍ତି।

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ପବିତ୍ର ଗୀତା ଜୟନ୍ତୀ

Sunil Chandra Nayak

ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାର୍ଯ୍ୟ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

Leave a Comment

error: Content is protected !!