ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

କୋକସରା,୪/୭- ( ମ ନି ସ ) ବୈଦ୍ୟୁତିକ ଗଣମାଧ୍ୟମ ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ରାତି ଅଧିଆ ଇ.ଓ.ଡବ୍ଲୁ ଗିରଫ କରିବା ଘଟଣା କୁ ବିରୋଧ କରି ରାଜ୍ୟରେ ବିଭିନ୍ନ ବର୍ଗର ସାମ୍ବାଦିକ ଙ୍କ ପକ୍ଷରୁ ପ୍ରତିବାଦ ସହ ବିକ୍ଷୋଭ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ବିକ୍ଷୋଭ-ପ୍ରତିବାଦ କରାଯାଇଛି। ଗଣମାଧ୍ୟମର ଜଣେ ପ୍ରତିଷ୍ଠିତ ସମ୍ପାଦକ ଙ୍କୁ ଏକ ଅପରାଧୀ ଭଳି ଗିରଫ କରିବା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ ଓ ଆକ୍ରୋଶମୂଳକ, ଜଣେ ସଚ୍ଚୋଟ ସାମ୍ବାଦିକ ଙ୍କ କଣ୍ଠରୋଧ କରିବା ଓ ବିଭିନ୍ନ ଦିଗ ରୁ ଚାପ ପ୍ରୟୋଗ କରିବା ଦୁର୍ଭାଗ୍ୟଜନକ ବୋଲି ଉପସ୍ଥିତ ସାମ୍ବାଦିକ ମାନେ କହିଛନ୍ତି। ଏହାସହ ସ୍ଥାନୀୟ ଶିବ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ବାହାରି ଗିରଫ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ମିଥ୍ୟା ମାମଲା ରୁ ନିସର୍ତ୍ତ ଜାମିନ ପ୍ରଦାନ କରିବା ନେଇ ଏକ ଦାବିପତ୍ର କୋକସରା ବିଡ଼ିଓ ମନୀଷା ଦାସ ଙ୍କ ଜରିଆରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଛି। ଏହି ପ୍ରତିବାଦ ଓ ବିକ୍ଷୋଭ ରେ କୋକସରା ଓ ଧର୍ମଗଡ ଅଞ୍ଚଳ ର ସାମ୍ବାଦିକ କାମେଶ ନାଗ, ଚକ୍ରଧର ବେଶ୍ରା, ଦୁଷ୍ମନ୍ତ କନ୍ଦପାନ, ବଂଶି ବେଶ୍ରା, ତ୍ରିଲୋକ୍ୟ ବେଶ୍ରା, ବସନ୍ତ ସରାବୁ, ସନ୍ତୋଷ ନାଏକ, ତ୍ରିନାଥ ବେଶ୍ରା, ଲକ୍ଷ୍ମି ଧଙ୍ଗଡାମାଝୀ, ସୁବାଷ ବାଗ, ସୋଭିତ ଗାନ୍ଧୀ, ଦିଲିପ ଦୁରିଆ, ଯଜ୍ଞ ପ୍ରଧାନୀ, ଦିଗାମ୍ବର ନାଗ, ସୁଧିର ଗୋପାଳ, ଯୋଗେନ୍ଦ୍ର ବାରିକ, ପ୍ରଦିପ କୁମାର ସିଂ, ତୁଲାରାମ ବେହେରା, ରାଧାକାନ୍ତ ହଂସ, ଦେବେନ୍ଦ୍ର ସାଗର ପ୍ରମୂଖ ଉପସ୍ଥିତ ରହିଥିଲେ ।

Related posts

ସହଦେଵ ପରିଡ଼ା ଙ୍କ ଭଜନ

Sunil Chandra Nayak

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

Sunil Chandra Nayak

Leave a Comment

error: Content is protected !!