ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁହାଗାଁ ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଧର୍ମଗଡ:୧୫/୮/୨୨: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସର ରେ ସଭିଏ ପଢ଼ିବେ ସଭିଏ ବଢିବେ ଉଦେଶ୍ୟ ନେଇ ପିଲା ମାନଙ୍କୁ ସ୍କୁଲ ଓ ପାଠ ପଢା ପ୍ରତି ଆକର୍ଷିତ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ସରକାର ଙ୍କ ପକ୍ଷ ରୁ ପୋଷକ ଓ ଜୋତା ବଣ୍ଟନ କରାଯାଉଅଛି । ଏହି ପରିପେକ୍ଷୀ ରେ ଆଜି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟରର ଲୁହାଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରଯାଇଛି। ହରେକୃଷ୍ଣ ଦୁର୍ଗା ଙ୍କ ସଭାପତିତ୍ୱ ରେ ଆୟୋଜିତ ପୋଷାକ ବିତରଣ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ନବକିଶୋର ସାହୁ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ, ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ, କାସିବାହାଲ ସିଆରସିସି ରାଜେନ୍ଦ୍ର ଦୁରିଆ, ସମାଜସେବୀ ଢଗ ନାଏକ, ଶିକ୍ଷକ ଜଗଦାନନ୍ଦ ସୁନାନୀ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ l କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମଲାଲ ଜଗତ ପରିଚାଳନା କରିଥିଲେ l ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୌଜା ବଣ୍ଟନ କରାଯାଇଥିଲା l ସ୍କୁଲର ସମସ୍ତ ଶିକ୍ଷକଓ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା, ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ l ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଧର୍ମଗଡ ବ୍ଲକ ରେ ଚଳିତ ବର୍ଷ ମୋଟ ୧୫୬ ଟି ବିଭିନ୍ନ ବିଦ୍ୟାଳୟ ର ୧୬,୮୧୪ ଜଣ ଛାତ୍ର ଓ ଛାତ୍ରୀମାନଙ୍କୁ ସରକାର ଙ୍କ ତରଫ ରୁ ମାଗଣା ପୋଷାକ ଯୋଗାଣ ହେବ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

 

Related posts

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ତୀର୍ଯ୍ୟକ

Sunil Chandra Nayak

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

Sunil Chandra Nayak

Leave a Comment

error: Content is protected !!