ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁନ୍ଦେଲମାଲ ପଞ୍ଚାୟତକୁ ବସୁଧା ଜଳ ଯୋଗାଣ କେବେ ?

  ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲ ମାଲ ପଞ୍ଚାୟତ ଏକ ଅନଗ୍ରସର ପଛୁଆ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଅଟେ ।ଶିକ୍ଷା ,ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ର ସମସ୍ୟା ଏବେ ମଧ୍ୟ ଏହି ଅଞ୍ଚଳରେ ଲାଗି ରହିଛି ।ଅଣ ଜଳସେଚିତ ଏହି ପଞ୍ଚାୟତର ଅନେକ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇଛି ।ମୁକୁନ୍ଦପୁର ,ଉପର ଦୁଣ୍ଡା ଆଦି ଗାଁର ଅବସ୍ଥା ନ କହିବା ଭଲ ।ଚୀର ମରୁଡି ପ୍ରପୀଡ଼ିତ ଏହି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ଅନେକ ସମୟରେ ଦାବି ହୋଇ ଆସୁଛି ।ହେଲେ କୌଣସି ସୁଫଳ ମିଳି ପାରି ନାହିଁ ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଦୁନ୍ଦେଲ ମାଲ ଡ଼ମେନ ଖପ୍ରା ନାଳରେ ପାନୀୟଜଳ ଯୋଗାଣ ପାଇଁ ଏକ ଇନ ଟେକ କୂପ ଖନନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି ।ଯାହାକି ଫାଟିବା ଆରମ୍ଭ କଲାଣି ।ବସୁଧା ଜଳ ଯୋଗାଣ ଯୋଜନାରେ ଏହି ପଞ୍ଚାୟତ କୁ ସାମିଲ କରାଯାଇ ଜଳ ଯୋଗାଣ କରା ଯିବାକୁ ଅଞ୍ଚଳ ବାସି ଦାବି କରୁଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ରାଇରଙ୍ଗପୁରରେ ରାଜଯୋଗ ଏବଂ ତପସ୍ୟା ଭଟ୍ଟି

Sunil Chandra Nayak

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ – ବିଭିନ୍ନ ସମସ୍ୟା ନେଇ ଅଟକ ରଖିଲେ ଶ୍ରମ ଅଧିକାରୀଙ୍କୁ

କୋକସରା- ୯୮ ମାଟ୍ରିକ ବ୍ୟାଚ, ବନ୍ଧୁମିଲନ ଅନୁଷ୍ଠିତ

Leave a Comment

error: Content is protected !!