ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏ ଆଇ ଟି ଟି ପରୀକ୍ଷାରେ ଓଡ଼ିଶା ଟପର ହେଲେ କୁମ୍ଭାରୀ ଗ୍ରାମର ପପୁ ସା

ଗୋଳାମୁଣ୍ଡା/୧୮/୯/ମସିହା/ କଳହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ଆଇ ଟି ଆଇ ଜାତୀୟ ସ୍ତରୀୟ ଏ ଆଇ ଟି ଟି ପରୀକ୍ଷା ଓଡ଼ିଶା ରାଜ୍ୟ ସ୍ତରରେ କମାଲ କରିଛିନ୍ତି ପପୁ ସା । କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ ର କୁମ୍ଭାରି ଗ୍ରାମର ପପୁ ସା ପିତା,ଭରତ ସା,ଡ୍ରାଫ୍ଟସ୍ ମ୍ୟାନ୍ ସିଭିଲ୍ ଟ୍ରେଡ୍ ରେ ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ। ସେ ଚଳିତ ବର୍ଷ ଏ ଆଇ ଟି ଟି ପରୀକ୍ଷା ରେ ମୋଟ ୬୦୦ ନମ୍ବର ରୁ ୫୮୮ ନମ୍ବର ରଖି ଓଡ଼ିଶା ରାଜ୍ୟ ଟପ୍ପର ହେଇଛନ୍ତି। ଆଜି ତାଙ୍କର ସମ୍ଭର୍ଦ୍ଧନା ସଭା ସରକାରୀ ଆଇ ଟି ଆଇ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ବାପା ଭରତ ଲାଲ ସା ଓ ମା ସରୋଜିନୀ ସା ଦୁହେଁ ଚାଷ କାମ କରି ବହୁତ କଷ୍ଟ ରେ ତାଙ୍କୁ ପାଠ ପଢ଼ାଉଥିଲେ ସେ ସରକାରୀ ନୋଡାଲ ହାଇ ସ୍କୁଲ, ଫରଙ୍ଗ ରେ ଦଶମ ଶ୍ରେଣୀ ପାସ୍ କଲାପରେ ତାଙ୍କ ବଡ ଭାଇ ଭୂପେନ୍ଦ୍ର ଙ୍କ ଦିଗ୍ ଦର୍ଶନ ଫଳ ରେ ଭବାନୀପାଟଣା ଆଇ ଟି ଆଇ ରେ ଡ୍ରାଫ୍ଟସ୍ ମ୍ୟାନ୍ ସିଭିଲ୍ ଟ୍ରେଡ୍ ରେ ନାମ ଲେଖାଇ ଥିଲେ । ତାଙ୍କର ସଫଳତା କୁ ନେଇ ଆଇ ଟି ଆଇ ର ଶିକ୍ଷକ ଓ ଅଭିଭାବକ ମହଲ ରେ ଖୁସି ର ଲହରି ଖେଳି ଯାଇଛି। ସେ ଭବିଷ୍ୟତରେ ଜଣେ ଭଲ ଓ ଦକ୍ଷ ଆର୍ରକିଟେକ୍ଚର ହେବା ଆଶା ଅଛି ବୋଲି କହିଛନ୍ତି।ତତ ସହିତ ଗ୍ରାମର ଲୋକମାନେ ତାଙ୍କ ଖବରପାଇ ଖୁସିର ଲହରୀ ଖେଳିଯାଇଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

 

Related posts

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା କୃଷ୍ଣ କେଶବ

Sunil Chandra Nayak

ବଦଳୁଛି ଚାଷ କାମର ଢାଞ୍ଚା ପାରମ୍ପାରିକ ହଲ ଲଙ୍ଗଳ ବଦଳରେ ବ୍ୟବହାର ହେଉଛି ମେସିନ

Sunil Chandra Nayak

Leave a Comment

error: Content is protected !!