ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହା ଆଡମ୍ବର ରେ ପାଳିତ ହେଲା ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ

ଜୁନାଗଡ଼,୧୭/୯(ମ ନି ସ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଇଷ୍ଠଦେବୀ ମାଁ ଲଙ୍କେଶ୍ୱରୀଙ୍କ ଐତିହାସିକ ଖଣ୍ଡାବସା ପର୍ବ ଦୁଇ ବର୍ଷ ର କରୋନା କଟକଣା ପରେ ଚଳିତ ବର୍ଷ ମହା ସମାରୋହରେ ପାଳିତ ହେବା ସହ ହାଜର ହଜାର ଭକ୍ତରେ ସମାଗମ ହୋଇଛି । ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ କଳାହାଣ୍ଡିର ପ୍ରଥମ ଦଶହରା ଭାବେ ବିବେଚନା କରାଯାଏ।ଏହି ଖଣ୍ଡାବସା ପର୍ବର ଅନେକ ମହିମା ଓ ପ୍ରସିଦ୍ଧି ରହିଛି।ପ୍ରତିବର୍ଷ ଅଶ୍ୱିନୀ ମୂଳାଷ୍ଟମୀରେ ଏହି ପର୍ବ ପାଳନ କରାଯାଏ ।ଚଳିତ ବର୍ଷଏହି ଯାତ୍ରା ଅନେକ ଜାକଜମକରେ ପାଳିତ ହୋଇଥିଲା ।ଏହି ଯାତ୍ରାରେ ସ୍କୁଲ ଓ କଲେଜ ସ୍ତରୀୟ ଝୁଟି , ବକ୍ତୃତା, ଘୁମୁରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟ ବଲ ଖେଲ ଅନୁଷ୍ଠିତ ହୋଇଥିଲା । ଫୁଟବଲ ଖେଳ ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ଓ ଆଇର ବି ଜାରିଂ ମଧ୍ୟରେ ଅନୁଷ୍ଠିତ ଖେଳରେ ଭବାନୀପାଟଣା ବିଜେତା ହୋଇଥିଲା। ଏଥିରେ ମାନ୍ୟବର ବିଧାୟକ୍ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଖେଳ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ lଏହା ଦେଖିବା ପାଇଁ ପଡୋଶୀ ଜିଲ୍ଲା ଏବଂ ଛତିଶଗଡ଼ ରୁ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା । ସନ୍ଧ୍ୟା ରେ ପାରମ୍ପରିକ ରୀତିରେ ପୂଜାର୍ଚନା ମା ଙ୍କ ମନ୍ଦିର ରେ ଆରମ୍ଭ ହୋଇଥିଲା ।ପ୍ରଥମେ ପାଟ ଖଣ୍ଡା ଦୁଇଟିକୁ ମନ୍ଦିର ପୂଜକ ପାରମ୍ପରିକ ବ।ଜା ବ।ଜଣ। ସହ ଶୋଭାଯାତ୍ରାରେ ସ୍ଥାନୀୟ ଡାକବଙ୍ଗଲା କୁ ନିଆଯାଇଥିଲା।ଚଳିତ ବର୍ଷ କଳାହାଣ୍ଡି ରାଜ୍ ପରିବାରରୁ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ରାଜ୍ ସ୍ଵର୍ଣକାର ବାଳକୃଷ୍ଣ ଆଚାରି ୨ ଗୋଟି ଖଣ୍ଡାକୁ ଡାକବଙ୍ଗଳା ଠାରେ ମାର୍ଜନା କରିଥିଲେ।ଏହା ପରେ ପୁଣି ମନ୍ଦିର ମଧ୍ୟକୁ ଖଣ୍ଡାକୁ ନିଆଯାଇ ମଁ। ଲଙ୍କେଶ୍ୱରୀଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ଅରୁଆ ଚାଉଳ ଉପରେ ବସାଯାଇଥିଲା।ପରେ ମଧ୍ୟରାତ୍ରରେ ପାରମ୍ପରିକ ରୀତିରେ ପୋଢ଼ ବଳି ଦିଆ ଯାଇଥିଲା।ଖଣ୍ଡାବସାଠାରୁ ମା ଲଙ୍କେଶ୍ୱରୀକୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ କରା ଯାଇ ଦଶହରା ପର୍ଯନ୍ତ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।ମାନସିକ ଧାରୀମାନ ବଳି ପକାଇଥାନ୍ତି। କଡା ସୁରକ୍ଷା ମଧ୍ୟରେ ଏହିଯାତ୍ରା ଅନୁଷ୍ଠିତ ହୋଇଥିଲା।କଳାହାଣ୍ଡି ଜିଲ୍ଲା ଏ ଡି ଏମ୍ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ଼ ଉପଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ଓ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ପ୍ରତକ୍ଷ୍ୟ ତତ୍ୱବାଧାନରେ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜକୁମାର ଚୋପଦାର ଉପସ୍ଥିତରହି ସୁରକ୍ଷା ବ୍ୟବସ୍ଥା ଦାଦାରଖ କରିଥିଲେ।ଏଥିସହ ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ, ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଥିଲେ।ଯାତ୍ରାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଥାନାଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ଭାରତୀୟ ସଂସ୍କୃତ ସାହିତ୍ୟ ଶୀର୍ଷକରେ ଆଲୋଚନା ଚକ୍ର

Sunil Chandra Nayak

ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର

Sunil Chandra Nayak

କବି ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଜଙ୍ଗଲ ସୁରକ୍ଷା 

Leave a Comment

error: Content is protected !!