ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱକର୍ମା ପୂଜା ଅବସରରେ ଵିଶ୍ଵକର୍ମା ଟ୍ରଷ୍ଟ ପକ୍ଷରୁ ଚାରିଜଣ ଶିଳ୍ପୀ ଙ୍କୁ କରାଗଲା ସମ୍ମାନିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷରୁ ଚାରି ଜଣ ଶିଳ୍ପୀ ଙ୍କୁ ସମ୍ମାନୀତ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଭାରେ ବିଶ୍ୱକର୍ମା ଟ୍ରଷ୍ଟ ସଭାପତି ମେଜର ଡ. ରାମଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତା, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ଯୁବରାଜ ଦେବ ଦେବ ସିଂହ ଦେଓ, ବିଶିଷ୍ଟ ଉଦ୍ୟୋଗପତି ରଶ୍ମିରଞ୍ଜନ ଚଳାନ, ମୁଖ୍ୟବକ୍ତା ଭାବେ ଟ୍ରଷ୍ଟ ଉପସଭାପତି ଲବଣେଶ୍ୱର ବାରିକ, ମୁଖ୍ୟ ସମ୍ପାଦକ ଶ୍ରୀବସ୍ଚ ବାରିକ ମଂଚ ଆସିନ ରହି ଶିଳ୍ପୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏ ଅଵସର ରେ ମୂର୍ତି ଶିଳ୍ପୀ ଜୟରାମ ବାଗ,ଯାନ ବାହାନ ଶିଳ୍ପୀ କାଠା ବିଲ୍ଲା, ପଥର ଶିଳ୍ପୀ ରାଜକୁମାର ସୁନା, ବୁଣାକାର ଶିଳ୍ପୀ କୃପାସିନ୍ଧୁ ମେହେର ଙ୍କୁ ମାନପତ୍ର, ଉପ ଢ଼ୋକନ ସହିତ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷାବିତ ଅଶୋକ କୁମାର ବାରିକ ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷ ପରେ ଶ୍ରୀ ରାମ ଭଜନ ମଣ୍ଡଳୀ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଦସ୍ୟ ସୁରେନ୍ଦ୍ର ଦଣ୍ଡସେନା,ସହ ସମ୍ପାଦକ ବ୍ରଜରାଜ ମହାନ୍ତି,ଦାମୋଦର ନାଏକ , ଜନାର୍ଦ୍ଦନ ପାତ୍ର, ଆଶୁତୋଷ ଥନାପତି , କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ, ବରିଷ୍ଠ ସଦସ୍ୟ ଆଇନଜୀବୀ ସତ୍ୟ ଦାଶ, ଉମାକାନ୍ତ ରାଉତ , ପରମେଶ୍ବର ବାରିକ,ହେମନ୍ତ କୁମାର ବେହେରା , ବିଭୁତି ଭୂଷଣ ବିଶି ମାନସ ପତି, ଲଳିନ୍ଦ୍ର ନାଏକ, ପରୀକ୍ଷିତ ବିଶି, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ଶମ୍ଭୁ କିଶୋର ଦଣ୍ଡସେନା, ପରାମର୍ଶ ଦାତା ମହେଶ୍ୱର ପ୍ରସାଦ ବାରିକ, କେତନ ସିଂ ବାରିକ,ପ୍ରମୋଦ କୁମାର ଦଣ୍ଡସେନା, ଅଶ୍ୱନୀ ପ୍ରଧାନୀ,ଶେଷ ଦେବ ବାରିକ ,ଲିପ୍ସା ରାଣୀ ବାରିକ,ଉପେନ୍ଦ୍ର ପାଣିଗ୍ରାହୀ, ମକରଧୁଜ ବେହେରା, ବାଳକୃଷ୍ଣ ଶବର ରମଣ ସିଂ ବାରିକ, ସ୍ୱୟଂ ସରଗମ ସିଂ ବାରିକ , ସମେତ ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

କବିତା – ଘାଆ ଶୁଖିଯାଏ, ଚିହ୍ନ ସ୍ମୃତି ହୁଏ

Sunil Chandra Nayak

ଏ ଆଇ ସି ଅଫ୍ ଇଣ୍ଡିଆ ର ଚାଷୀ ମାରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସ ର ପ୍ରେସ ମିଟ

Leave a Comment

error: Content is protected !!