ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ଥୁଆମୂଳ ରାମପୁର:୧୮/୦୯/ :(ମନିସ):- କଳାହାଣ୍ଡି ଜିଲ୍ଲା ଅଧ୍ଯୁଷିତ ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ବିଭାଗରେ ଗତ ୧୭/୦୯/୨୦୨୨ ତାରିଖ ଯଥା ଶନିବାର ଦିନ ନିର୍ମାଣର ଦେବତା ବିଶ୍ବକର୍ମା ଦେବଙ୍କର ପୂଜା ଓ ପୂଜାର୍ଚ୍ଚନା କାର୍ଯ୍ଯକ୍ରମ ମହାସମୋରୋହରେ ଅନୁଷ୍ଠିତ ହୋଇଯାଇଛି। ସଦରମହୋକୁମା ସ୍ଥିତ ବ୍ଳକ କାର୍ଯ୍ଯାଳୟ ଥିବା ଯନ୍ତ୍ରୀ ମାନଙ୍କ ଦ୍ବାର ବିଧି ମତେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଜଳ ଓ ପରିମଳ ବିଭାଗରେ ମଧ୍ୟ ଶ୍ରୀ ଆଲୋକ ରଞ୍ଜନ ମୁଣ୍ତଙ୍କ ଦ୍ବାରା ପୂଜାର୍ଚ୍ଚନା ମହାସମୋରୋହରେ ଅନୁଷ୍ଠିତ ହୋଇଥିଲା। ସେହିପରି ଅଗ୍ନିଶମ ବିଭାଗରେ ପୂଜାର୍ଚ୍ଚନା ଆୟୋଜିତ ହେବା ସହିତ ବିଦ୍ଯୁତ୍ ବିଭାଗ ରେ ମଧ୍ୟ ଭାନୁ ପ୍ରତାପ ମୁଣ୍ତଙ୍କ ଦ୍ବାରା ପୂଜାର୍ଚ୍ଚନା କାର୍ଯ୍ଯ ସୁନ୍ଦର ଭାବରେ ଆୟୋଜନ କରାଯାଇଥିଲା। ଉକ୍ତ ବିଶ୍ବକର୍ମା ପୂଜାକୁ ନିଜନିଜ ବିଭାଗରେ ବିଧିମତେ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ଶେଷ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦେଶୀ ମଦଭାଟି ପ୍ରସ୍ତାବକୁ ବିରୋଧ କରି ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ

Sunil Chandra Nayak

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜୁନାଗଡ଼ ସେମିରେ

Sunil Chandra Nayak

Leave a Comment

error: Content is protected !!