ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭବାନୀପାଟଣା: (ମ ନି ସ) କ୍ରୀଡା ମଣିଷ ଜୀବନର ଏକ ସର୍ବୋତ୍ତମ ମହୌଷଧି। ଏହା ଶାରୀରିକ ସୁସ୍ଥତା ସହ ମାନସିକ ସ୍ଥିରତା ଆଣିଥାଏ। ସେହିଭଳି ଫୁଟବଲ ଖେଳ ଚିତ୍ତବିନୋଦନ ସହ ସ୍ବାସ୍ଥ୍ୟଗତ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ବୋଲି କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଶିଷ୍ଟ ଅତିଥି ଓଡ଼ିଶା ଅଲମ୍ପିକ ଏସୋସିଏସନ ସଭାପତି ଜଗମୋହନ ପଟ୍ଟନାୟକ, ସମ୍ମାନିତ ଅତିଥି ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏଡିଇଓ ଟେମଲାଲ ଦୁବେ ସ୍ୱାଗତଭାଷଣ ଦେଇଥିବା ବେଳେ ଆଇପିଇ ମହେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ। ଘୁମୁରା ପରିବେଷଣ କରିଥିଲେ ବାଳଗୋପାଳ ସେବା ନିକେତନର ଛାତଛାତ୍ରୀ ମାନେ। ମଂଚ ପରିଚାଳନା କରିଥିଲେ ଶିକ୍ଷକ ହେମନ୍ତ ମୁଣ୍ଡ। ଏହି ଅବସରରେ ଜିଲ୍ଲାର ନର୍ଲା ଓ କୋକସରା ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା। ଆଜିଠାରୁ ୭ ଦିନ ବ୍ୟାପି ହେବାକୁ ଥିବା ଏହି ଖେଳରେ ପ୍ରତିଦିନ ଉଭୟ ବାଳକ ଓ ବାଳିକା ବିଭାଗର ମ୍ୟାଚ ଅନୁଷ୍ଠିତ ହେବ। ଉଦ୍ଘାଟନୀ ଦିବସରେ ଆଜି ୩ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗର ପ୍ରଥମ ମ୍ୟାଚ ନର୍ଲା-କୋକସରା, ଦ୍ଵିତୀୟ କେସିଙ୍ଗା-ଜୁନାଗଡ଼ ମଧ୍ୟରେ ହୋଇଥିବା ବେଳେ ବାଳିକା ବିଭାଗରେ ଭବାନୀପାଟଣା-ମ.ରାମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ ଓ ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ନାଏକ, ଅମିତ ମହାନ୍ତି, ରଘୁନାଥ ହେମ୍ବ୍ରମ। ଏହିପରି ପ୍ରତିଦିନ ୩ଟି ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ସମସ୍ତ ବିଇଓ, କ୍ରୀଡା ଶିକ୍ଷକ, ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ଡିଇଓ ଅଫିସର ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଷ୍ଟାଡିୟମ କର୍ମକର୍ତ୍ତା, ବାଲଗୋପାଳ ସେବା ନିକେତନର ସ୍କାଉଟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାର ଗାଇଡ଼ ପ୍ରମୁଖ ସହଯୋଗ କରିଥିଲେ।

Related posts

ଲଗାଣ ବର୍ଷା ରେ ଭାଙ୍ଗିଲା କୃଷି କାର୍ଯ୍ୟଳୟ ର ନୂତନ ପାଚେରୀ

Sunil Chandra Nayak

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

Sunil Chandra Nayak

ଗ୍ରାମ ପଞ୍ଚାୟତରେ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ

Leave a Comment

error: Content is protected !!