ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

ବାଲେଶ୍ଵର,୧୫/୯/ ୨୨- ବାଲେଶ୍ଵର ଜିଲ୍ଲା ଖଇରା ଵ୍ଲକ ସାରକୋଣା ପଞ୍ଚାୟତସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାରକୋଣା ପରିସରରେ ଦୀର୍ଘ ୧୫ ଦିନ ଧରି ସ୍ବଚ୍ଛ ଭାରତ ଅଭିଯାନ ତରଫରୁ ପାଳିତ ହୋଇ ଆସୁଥିବା ସ୍ବଚ୍ଛତା ପକ୍ଷ ଦିବସ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାରକୋଣା ସରପଞ୍ଚ ସୁଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୱାର୍ଡ ସଭ୍ୟ ପ୍ରଦୀପ କୁମାର ଶିଅଳ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିବା ସିନିୟର, ଜୁନିୟର ଓ ସବ୍ ଜୁନିୟର ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କୈଳାସ ଚନ୍ଦ୍ର ମାଝୀ, ଜମୁନା ବାରିକ, ଗୌରାଙ୍ଗ ଚରଣ ମୁଖି, ଇତିସ୍ମିତା ସେଠୀ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ । ମୁଖ୍ୟ ପରିଚାଳନାରେ ଥିଲେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ । ଶେଷରେ ଶିକ୍ଷୟିତ୍ରୀ ଜମୁନା ବାରିକ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି ବକୃତା ପ୍ରତିଯୋଗିତାରେ ସିନିୟର ବିଭାଗର ଅଭିଲିପ୍ସା ରାଉଳ ୧ମ, ଜ୍ଯୋତିର୍ମୟୀ ପାଣିଗ୍ରାହୀ ୨ୟ ଓ ଜୀବନଜ୍ଯୋତି ତରେଇ ୩ୟ, ଜୁନିୟର ବିଭାଗର ପ୍ରଜ୍ଞା ଶଙ୍ଖୁଆ ୧ମ, ଆୟୁଷ କୁମାର ଧିନ୍ଦା ୨ୟ ଓ ତେଜସ୍ ମଲ୍ଲିକ ୩ୟ, ସବ୍ ଜୁନିୟର ବିଭାଗର ପ୍ରଥମେଶ ମହାପାତ୍ର ୧ମ, କମଳଲୋଚନ ଧିନ୍ଦା ୨ୟ ଓ ସୁବାସିନୀ ଶିଅଳ ୩ୟ, ଚିତ୍ରାଙ୍କନ ପ୍ରତିଯୋଗିତାରେ ସିନିୟର ବିଭାଗର ରାଜଶ୍ରୀ ଶିଅଳ ୧ମ, ତନୁସୟା ସେଣ୍ଡ ୨ୟ ଓ ଆଦିତ୍ୟ ଶଙ୍କର ଦାସ ୩ୟ, ଜୁନିୟର ବିଭାଗର ଶିବ ପ୍ରସାଦ ଦାସ ୧ମ, ହରପ୍ରିୟା ସ୍ବାଇଁ ୨ୟ ଓ ସ୍ମୃତି ପ୍ରଜ୍ଞା ସାହୁ ୩ୟ, ସବ୍ ଜୁନିୟର ବିଭାଗର ପ୍ରଥମେଶ ମହାପାତ୍ର ୧ମ, କମଳଲୋଚନ ଧିନ୍ଦା ୨ୟ ଓ ଦିନେସ ପାତ୍ର ୩ୟ, ସେହିପରି ପ୍ରବନ୍ଧ ବିଭାଗରେ ସିନିୟର ବିଭାଗର ଶୁଭଙ୍କର ଶିଅଳ ୧ମ, ଆଦିତ୍ୟ ଶଙ୍କର ଦାସ ୨ୟ ଓ ତନୁସୟା ସେଣ୍ଡ ୩ୟ, ଜୁନିୟର ଆୟୁଷ କୁମାର ଧିନ୍ଦା ୧ମ, ତେଜସ ମଲ୍ଲିକ ୨ୟ ଓ ମୌସୁମୀ ଦାସ ୩ୟ, ସବ୍ ଜୁନିୟର ବିଭାଗରେ ସୁଗମ ପାତ୍ର ୧ମ, ଜିତେଷ ପାତ୍ର ୨ୟ ଓ ତୃପ୍ତିକ୍ରିଷ୍ଣା ମହାପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ । ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

କୋକସରାରୁ ଗଡ଼ିଲା “ପଢ଼ନା ଲିଖନା” ସଚେତନ ରଥ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

Leave a Comment

error: Content is protected !!